Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାମ୍ବାଦିକ ଓ ପୁଲିସଙ୍କୁ ପିଟିଲେ : ଡାକ୍ତରଙ୍କ ସମେତ ୮ ଗିରଫ

    Share on :
    ajab-Image
    Date: Aug 1, 2020    Views: 3162

    କେନ୍ଦ୍ରାପଡ଼ା : ଏକ ଘରୋଇ ନର୍ସିଂ ହୋମର ମାଲିକ, ଡାକ୍ତର ଓ କର୍ମଚାରୀମାନେ ସାମ୍ବାଦିକ ଓ ପୁଲିସଙ୍କୁ ମାଡ଼ ମାରିବା ଭଳି ସଂଗୀନ ଅଭିଯୋଗ ହୋଇଛି  । ଫଳରେ ପୁଲିସ ଘଟଣାରେ ସଂପୃକ୍ତ ନର୍ସିଂ ହୋମର ମାଲିକ, ଦୁଇ ଡାକ୍ତର ଓ କର୍ମଚାରୀଙ୍କୁ ଗିରଫ କରିଛି  । ଅପରପକ୍ଷରେ ଡାକ୍ତରଙ୍କୁ ଗିରଫ କରିବା ଘଟଣାରେ ଡାକ୍ତରମାନେ ଆନେ୍ଦାଳନ କରିଛନ୍ତି  । ସେହିପରି ସାମ୍ବାଦିକମାନେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଆନେ୍ଦାଳନ ଜାରି ରଖିଛନ୍ତି  ।

    ମିଳିଥିବା ସୂଚନାନୁଯାୟୀ, ଜଣେ ରୋଗୀଙ୍କ ଚିକିତ୍ସା ଅଭିଯୋଗ ଆସିବା ପରେ ସାମ୍ବାଦିକମାନେ ଘଟଣାସ୍ଥଳକୁ ଯାଇଥିଲେ  । ଡାକ୍ତରଖାନାରେ କୋଭିଡ଼ ନିୟମ ପାଳନ କରାଯାଉନଥିବା ନଜରକୁ ଆସିଥିଲା । ଏନେଇ କାର୍ଯ୍ୟରତ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ନର୍ସିଂ ହୋମର କର୍ମଚାରୀମାନେ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ  । ଏନେଇ ସାମ୍ବାଦିକଙ୍କ ପକ୍ଷରୁ ପୁଲିସକୁ ସୂଚନା ଦିଆଯାଇଥିଲା  । ତଦନ୍ତ ପାଇଁ ପୁଲିସ ସେଠାରେ ପହଁଚିବା ପରେ ପୁଲିସଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଫଳରେ ଦୁଇଟି ପୃଥକ ମାମଲା ରୁଜୁ କରି ପୁଲିସ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ  ।

    Maximum 500 characters

    ତାଜା ଖବର View all

    Find Us on Facebook