Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯୋରନ୍ଦା ମହିମା ମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା: ନିର୍ମାଣ ହେବ ନୂଆ ସୁଉଚ୍ଚ ଭବ୍ୟ ମନ୍ଦିର

    Share on :
    ajab-Image
    Date: Jan 21, 2026    Views: 3253

    ଭୁବନେଶ୍ୱର:  ସାଧାରଣ ଜୀବନ, ସମାନତା ଏବଂ ବିଶ୍ୱବାସୀଙ୍କ ମଙ୍ଗଳରେ ବିଶ୍ୱାସ ରଖୁଥିବା ମହିମା ଧର୍ମର ପ୍ରମୁଖ ପୀଠ ତଥା ଯୋରନ୍ଦାସ୍ଥିତ ମହିମା ମନ୍ଦିରର ସର୍ବାଙ୍ଗୀନ ଉନ୍ନତିକରଣ ନେଇ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

       ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମହିମା ମନ୍ଦିର ବା ଶୂନ୍ୟ ମନ୍ଦିର ଭିତରେ ଥାଇ ଏହାକୁ ଆବୃତ୍ତ  କରି ତା’ଉପରେ ଏକ ସୁଉଚ୍ଚ ତଥା ଭବ୍ୟ ମନ୍ଦିର ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଏଥିସହିତ ମନ୍ଦିର ପରିସରରେ ଥିବା ଅଖଣ୍ଡ ଜ୍ୟୋତି ମନ୍ଦିର, ଭଜନ ମଣ୍ଡପ, ପ୍ରାର୍ଥନା ଗୃହ ଏବଂ ପୁଷ୍କରିଣୀ ସହ ପାରିପାଶ୍ୱର୍କ ଉନ୍ନତିକରଣ ନେଇ ଆଲୋଚନା ହୋଇଥିଲା । ବୈଠକରେ ରୋଷଘର, ଯାତ୍ରୀ ନିବାସ, ପାର୍କିଂ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।
       
    ମହିମା ପୀଠର ସର୍ବାଙ୍ଗୀନ ବିକାଶ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେପରି ନିର୍ଦ୍ଦେଶ ରହିଛି ତାହାର ସଠିକ୍‌ ଅନୁପାଳନ ସହ ସମସ୍ତ ସାଧୁ, ମହିମା ଧର୍ମାବଲମ୍ବୀମାନଙ୍କ ସହ ଆଲୋଚନା କରି ଏହି ଉନ୍ନୟନ ପ୍ରକଳ୍ପର ନକ୍‌ସା ପ୍ରସ୍ତୁତ ହୋଇଛି ବୋଲି ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦେଇଥିଲେ । ୩ ବର୍ଷ ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ରାଜ୍ୟ ପର୍ଯ୍ୟଟନକୁ ଏକ ନୂତନ ଦିଗ ପ୍ରଦାନ କରିବ ।

       ଏହି ବୈଠକରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବାବେଳେ ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମୀର ହୋତା ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।      

    Maximum 500 characters

    ତାଜା ଖବର View all

    Find Us on Facebook