Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶୀତଦିନିଆ ଗଣ୍ଠି ଯନ୍ତ୍ରଣାରୁ ପାଆନ୍ତୁ ଆରାମ

    Share on :
    ajab-Image
    Date: Dec 11, 2025    Views: 2853

    ଶୀତଋତୁ ଯୁବକଙ୍କ ପାଇଁ ମଉଜ୍‌ମଜ୍‌ଲିସ୍ ଆଣିଦେଇଥିବା ବେଳେ ଏହା ଛୋଟ ପିଲା ଓ ବୃଦ୍ଧମାନଙ୍କ ପାଇଁ ଯନ୍ତ୍ରଣା ଆଣିଦିଏ। ବିଶେଷକରି ବୃଦ୍ଧମାନଙ୍କ ପାଇଁ, ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଗଣ୍ଠି ଯନ୍ତ୍ରଣା, ମାଂସପେଶୀ କଷ୍ଟ ଏହି ଋତୁରେ ଆରମ୍ଭ ହୁଏ। ଗଣ୍ଠି ଯନ୍ତ୍ରଣା ହେତୁ ଜଣେ ବ୍ୟକ୍ତି ଅଧିକ ଚଲାବୁଲା କି କଠିନ ପରିଶ୍ରମ କରିପାରେ ନାହିଁ । ଏହି ପରିସ୍ଥିତିରେ, ଏହି ସମସ୍ୟାରୁ ଶୀଘ୍ର ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପରୀକ୍ଷଣ କରନ୍ତି।

    କିନ୍ତୁ ତଥାପି ସେପରି କୌଣସି ସମାଧାନ ବାହାରେ ନାହିଁ ଯାହା ଗଣ୍ଠି ଯନ୍ତ୍ରଣାକୁ ସଂପୂର୍ଣ୍ଣ ରୂପେ ଦୂର କରିପାରିବ । କିନ୍ତୁ କିଛି ପ୍ରତିକାର ଅଛି ଯାହା ଆପଣଙ୍କ ଯନ୍ତ୍ରଣାକୁ ଦୂର କରିପାରିବ ଏବଂ ଆପଣଙ୍କୁ ଆରାମ ଦେବ । ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ସେହି ପ୍ରତିକାର ହେଉଛି ହଳଦୀ ତେଲ ।ଆସନ୍ତୁ ଜାଣିବା ହଳଦୀ ତେଲର ଲାଭ ବିଷୟରେ।

    ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ୍ ଉପରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ତେଣୁ ହଳଦୀ ତେଲ ଗଣ୍ଠି ଯନ୍ତ୍ରଣା ପାଇଁ ଏକ ଉତ୍ତମ ପ୍ରତିକାର ଅଟେ। ଏହା ସହିତ ହଳଦୀ ତେଲ ଚର୍ମରେ ବ୍ୟବହାର କରିବା ଦ୍ୱାରା କୌଣସି ପ୍ରକାର ଫାଙ୍ଗଲ ଇମ୍ଫେକ୍ସନ ହୁଏ ନାହିଁ । ହଳଦୀ ତେଲରେ ଜୀବାଣୁ ନଷ୍ଟ କରିବାର କ୍ଷମତା ଅଛି। ହଳଦୀତେଲରେ ଶରୀରରେ ନଷ୍ଟ ହୋଇସାରିଥିବ କୋଷଗୁଡ଼ିକର ମରାମତି କରିବାର କ୍ଷମତା ମଧ୍ୟ ଅଛି। ସେଥିପାଇଁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଅତି କମରେ ଥରେ ହଳଦୀ ତେଲ ବ୍ୟବହାର କରିବା ଜରୁରୀ।

    ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ହଳଦୀ ତେଲ ମଧ୍ୟ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ। ଏହି ତେଲ ଚର୍ମରେ କୌଣସି ପ୍ରକାରର ଇମ୍ଫେକ୍ସନକୁ ବଢିବାକୁ ଦିଏ ନାହିଁ। ଏହା ବ୍ୟତୀତ ଏହି ତେଲ ତ୍ୱଚାର ସୌନ୍ଦର୍ଯ୍ୟକୁ ମଧ୍ୟ ବଢ଼ାଇଥାଏ। ଏହା ଚର୍ମରେ ଥିବା କଳା ଦାଗ ଏବଂ ଚର୍ମର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା କାରକକୁ ବାହାର କରିଥାଏ।ଏହି ତେଲ କେବଳ ବାହ୍ୟ ପୃଷ୍ଠରେ କାମ କରେ ତାହା ନୁହେଁ ଏହା ଚର୍ମ ଭିତରେ ମଧ୍ୟ କାମ କରେ ଏବଂ ଚର୍ମ କୋଷଗୁଡ଼ିକୁ ସୁସ୍ଥ ରଖେ।

    NCBI ରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ,ହଳଦୀ ତେଲ ଗଣ୍ଠି ଯନ୍ତ୍ରଣା ଦୂର କରିବାରେ। ହାତରେ ଅଳ୍ପ କିଛି ହଳଦୀ ତେଲକୁ ନେଇ ଯନ୍ତ୍ରଣା ହେଉଥିବା ଜାଗାରେ ମାଲିସ କରନ୍ତୁ। ଏହା ଆପଣଙ୍କୁ କିଛି ଦିନ ମଧ୍ୟରେ ଆରାମ ଦେବ। ଖାଦ୍ୟରେ ମଧ୍ୟ ହଳଦୀ ତେଲ ବ୍ୟବହାର କରାଯାଇପାରିବ। ଏହା ଶରୀର ପାଇଁ ଲାଭଦାୟକ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ।

    Maximum 500 characters

    ବିଶେଷ View all

    Find Us on Facebook