Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଜନ ସିନା ଧୋନୀଙ୍କ ବଡ ଫ୍ୟାନ

    Share on :
    ajab-Image
    Date: Nov 14, 2021    Views: 3984

    ନୂଆଦିଲ୍ଲୀ: ଡବ୍ଲୁଡବ୍ଲୁଇ ସୁପରଷ୍ଟାର ଜନ ସିନା ଭାରତୀୟ ପୂର୍ବତନ କ୍ରିକେଟ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ ବଡ ଫ୍ୟାନ ।
    ଜନ ସିନା ଆମେରିକାର ଜଣେ ସୁପର ଷ୍ଟାର ରେସଲର । ତାଙ୍କର ଭାରତରେ ମଧ୍ୟ ଅନେକ ଫ୍ୟାନ ରହିଛନ୍ତି । ହେଲେ ଏବେ ସେ ଭାରତୀୟ କ୍ରିକେଟ ମହେନ୍ଦ୍ର ସିଂ ବଡ ଫ୍ୟାନ ବୋଲି ଜାଣିବାକୁ ମିଳିଛି । ଜନ ସିନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଧୋନୀଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋ ଟି-୨୦ ବିଶ୍ୱକପ ସମୟର । ଏହି ଫଟୋରେ ଧୋନୀ କାହା ସହ ହାତ ମିଳାଉଥିବାର ନଜର ଆସୁଛନ୍ତି । ଏହି ଫଟୋକୁ ୯ ଲକ୍ଷରୁ ଅଧିକ ଲୋକ ଲାଇକ କରିସାରିଲେଣି । ଆଉ ଏହା ଅଧିକରୁ ଅଧିକ ସେୟାର ହେବାରେ ଲାଗିଛି ।

    ଜନ ସିନା ଏହାପୂର୍ବରୁ ଅନେକ ଭାରତୀୟ ଷ୍ଟାରଙ୍କ ଫଟୋ ସେୟାର କରିସାରିଛନ୍ତି । ବିରାଟ କୋହଲି, ଅମିତାଭ ବଚ୍ଚନ, ଶାହରୁଖ ଖାନ ଓ ଐଶ୍ୱର୍ୟ୍ୟାଙ୍କ ଭଳି ଭାରତୀୟ ଷ୍ଟାରଙ୍କ ଫଟୋ ସେୟାର କରି ସାରିଛନ୍ତି । ଜଣେ ଆମେରିକୀୟ ଷ୍ଟାର ହୋଇ ମଧ୍ୟ ସେ ଭାରତୀୟଙ୍କ କଳାରେ ବେଶ ଆକର୍ଷିତ ହୋଇ ପାରିଛନ୍ତି ।

    ଧୋନୀ ଟି-୨୦ ବିଶ୍ୱକପରେ ଟିମ ଇମ୍ଡିଆର ମେଣ୍ଟର ରହିଥିଲେ । ଭାରତ ଏଥିରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଆଉ ସେହି ସମୟରେ ଜନ ସିନା ସେୟାର କରିଥିବା ଫଟୋ ଭାଇରାଲ ହୋଇଥିଲା । ସିନା ଏହି ଫଟୋ ସେୟାର କରିବା ପରେ ତାଙ୍କୁ ଅନେକ ପ୍ରଶଂସକ କମେଣ୍ଟ କରି ଉଭୟଙ୍କୁ ପ୍ରଶଂସା କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook