Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚାକିରି ଦେବାକୁ କହି ଠକି ନେଲେ ୨ ଲକ୍ଷ ଟଙ୍କା, ଯୁବତୀ ଗିରଫ

    Share on :
    ajab-Image
    Date: Sep 16, 2020    Views: 3262

    ଭୁବନେଶ୍ୱର : ଚାକିରି କରାଇଦେବି ରାଷ୍ଟ୍ରାୟତ ବ୍ୟାଙ୍କରେ ମୋର ବେଶ ଲିଙ୍କ ଅଛି । ଡାଟା ଏଣ୍ଟି୍ର ଅପରେଟର ଚାକିରି କରିବ । ପ୍ରଥମେ କମ ଦରମା ମିଳିବ । ପରେ କିନ୍ତୁ ବଢ଼ିବ । ଏମିତି ଆଶା ଦେଖାଇ କିଛି ଆଶାୟୀଙ୍କ ଠାରୁ ୨ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗରେ ଜଣେ ଯୁବତୀଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି  । ସେ ହେଲେ କେନ୍ଦୁଝର ଜିଲ୍ଲାର ଶାଶ୍ୱତୀ ଦ୍ୱିବେଦୀ  ।
    ଶାଶ୍ୱତୀ ନୂଆପଲ୍ଲୀର ସାଲିଆ ସାହିରେ ରୁହନ୍ତି । ପାଠପଢ଼ା ସରିବା ପରେ ବ୍ୟାଙ୍କ ପ୍ରବେଶିକା ପାଇଁ ପ୍ରସ୍ତୁତ ହେଉଥିଲେ । ଗତ ବର୍ଷ କ୍ୟାପିଟାଲ ଥାନା ଅଧିନ ଏକ ଶିକ୍ଷାନୁଷ୍ଠାନରେ ଚାଲିଥିବା ପ୍ରବେଶିକା ପରୀକ୍ଷା ବେଳେ ଶୈଳେଶ୍ରୀ ବିହାରର ସୁମନ ଶର୍ମା ଓ ତାଙ୍କ ୨ ସାଙ୍ଗକୁ ଭେଟିଥିଲେ । ସେମାନଙ୍କଠାରୁ ଟଙ୍କା ଠକିବା ବାହାନାରେ ଚାକିରି ପ୍ରଲୋଭନ ଦେଖାଇଥିଲେ । ସେମାନଙ୍କଠୁ ପାଖାପାଖି ୫୦ ହଜାର ଟଙ୍କା ନେଇ ଯାଇଥିଲେ । ପରେ ରାଜମହଲରେ ଏକ ଭଡ଼ା ଘରେ ଘରୋଇ ସଂସ୍ଥା ଖୋଲି ସମାନ ଢ଼ଙ୍ଗରେ ୧୦ରୁ ଅଧିକ ଯୁବକ ଯୁବତୀଙ୍କୁ ଠକି ସାରିଛନ୍ତି । ଏ ବାବଦରେ ସୁମନ ଜାଣିବା ପରେ ଠକାମିର ଶିକାର ଅନ୍ୟମାନଙ୍କ ସହ କ୍ୟାପିଟାଲ ଥାନାଦ୍ୱାରସ୍ଥ ହୋଇଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook