Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସନ୍ନ୍ୟାସ ଘୋଷଣା : ଆଉ ନିର୍ବାଚନ ଲଢ଼ିବେ ନାହିଁ ଜିତନ ରାମ ମାଁଝୀ

    Share on :
    ajab-Image
    Date: Oct 2, 2023    Views: 2880

    ପାଟନା: ଆଉ ନିର୍ବାଚନ ଲଢ଼ିବେ ନାହିଁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ସେକ୍ୟୁଲାର) (ଏଚ୍‌ଏଏମ୍‌(ଏସ୍)) ପ୍ରତିଷ୍ଠାତା ଜିତନ ରାମ ମାଁଝୀ। ରବିବାର ନିର୍ବାଚନ ରାଜନୀତିରୁ ସେ ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୭୫ ବର୍ଷ ପରେ ଆଉ କୌଣସି ବ୍ୟକ୍ତି ନିର୍ବାଚନ ଲଢ଼ିବା କଥା ନୁହେଁ। ମୋତେ ୭୯ ବର୍ଷ ବୟସ ହେଲାଣି। ତେଣୁ ଆଉ ନିର୍ବାଚନ ଲଢିବି ନାହିଁ ବୋଲି ଶ୍ରୀ ମାଁଝୀ କହିଛନ୍ତି। ସୂଚନା ଥାଉକି ମାଁଝୀ ଅବସର ଘୋଷଣା କରିବା ପରେ ବିଜେପି ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇ ପାରେ ବୋଲି ଚର୍ଚ୍ଚା ହେଉଛି।
    ଗତ ଦୁଇ ଦିନ ତଳେ ମାଁଝୀ ଓ ତାଙ୍କ ପୁଅ ତଥା ଏଚ୍‌ଏଏମ୍‌(ଏସ୍‌) ମୁଖ୍ୟ ସନ୍ତୋଷ କୁମାର ସୁମନ ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ବିହାର ନିର୍ବାଚନ ପାଇଁ ଆସନ ବୁଝାମାଣାକୁ ନେଇ ଆଲୋଚନା ହୋଇଥାଇପାରେ ବୋଲି କୁହାଯାଉଛି। ବିଜେପିରେ ୭୫ ବର୍ଷ ପରେ ନିର୍ବାଚନ ନ ଲଢ଼ିବାକୁ ନିୟମ ରହିଛି। ତେଣୁ  ଜିତନ ରାମ ସନ୍ନ୍ୟାସ ଘୋଷଣା କରିଥାଇପାରନ୍ତି ବୋଲି କୁହାଯାଉଛି।
    ସୂଚନା ଥାଉକି ମାଁଝୀଙ୍କ ଦଳ ବିରୋଧୀ ମେଣ୍ଟରୁ ଓହରି ଯିବା ପରେ ଜୁନ ମାସରେ ବିଜେପି ନେତୃତ୍ୱାଧିନ ଏନ୍‌ଡିଏରେ ଯୋଗ ଦେଇଥିଲେ। ଏବେ ବୟସାଧିକ କାରଣରୁ ସେ ଅବସର ଗ୍ରହଣ କରୁଛନ୍ତି ବୋଲି ମାଝୀ କହିଛନ୍ତି। ଏହା ପୂର୍ବରୁ ବି ସେ ୨୦୨୧ ଜୁଲାଇରେ ଏହା ତାଙ୍କର ଶେଷ ନିର୍ବାଚନ ବୋଲି କହିଥିଲେ ମାଝୀ।  

    Maximum 500 characters

    ରାଜନୀତି View all

    Find Us on Facebook