Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପଛର ରହସ୍ୟ ଜାଣନ୍ତୁ

    Share on :
    ajab-Image
    Date: Dec 17, 2022    Views: 4064

    ଭୁବନେଶ୍ୱର : ଯୀଶୁଖ୍ରୀଷ୍ଟଙ୍କ ଜନ୍ମତାରିଖ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଯୀଶୁଙ୍କ ଜନ୍ମ ରହସ୍ୟ ଓ ଆଗମନର ଆଭିମୁଖ୍ୟ ତାହା ଠାରୁ ଯଥେଷ୍ଟ ମହତ୍ତ୍ୱ ରଖିଥାଏ  । ବାଇବେଲ ଅନୁଯାଇ ଯୀଶୁ କୌଣସି  ରାଜପ୍ରସାଦରେ ଜନ୍ମ ହୋଇନଥିଲେ  । ବରଂ ଇସାୟାଃ ଭବିଷ୍ୟତବାଣୀଙ୍କୁ ସତ୍ୟ ସିଦ୍ଧ କରି ମାତା ମେରୀ ପବିତ୍ର ଉପାସନା ଏକ ଉତ୍ସଗ୍ରୀକୃତ ଜୀବନ ଯାବନ କରୁଥିବା ସମୟରେ ଇଶ୍ୱରଙ୍କ ଆଣୁ ଦ୍ୱାରା ଗର୍ଭବତୀ ହୋଇଥିଲେ  । କିନ୍ତୁ ଏହି ନବଜାତ କଅଁଳ ଶିଶୁଟି ପାଇଁ ପାନ୍ଥଶାଳାରେ ମଧ୍ୟ ସ୍ଥାନ ନଥିଲା । ସେ ଜନ୍ମ ନେଇଥିଲେ ଏକ ମେଷଶାଳାରେ । ଯାହାଙ୍କ ଜନ୍ମ ଉତ୍ସବ ମହାଆଡମ୍ବରେ ପାଲନ କରାଯାଇନଥିଲା । ବରଂ ସେ ଜନ୍ମ ହେବା ପରେ ଲୁଗାରେ ଗୁଡା ହୋଇ ଶୋଇଥିଲେ ଦାନା କୁଣ୍ଡରେ  । ସେ ତ୍ରାଣକର୍ତ୍ତା ସାଜିଥିଲେ ଅଗଣୀତ ଦୁଃଖୀ, ଦରିଦ୍ର ଓ ଆଶ୍ରୟହୀନ ମଣିଷଙ୍କର ।

    ଗରିବ ମେଶ ପାଳକମାନେ ପ୍ରଥମେ ତାଙ୍କର ଦର୍ଶନ କରିଥିଲେ  । ଇଶ୍ୱରଙ୍କ ପ୍ରତ୍ୟକ୍ଷ ଆଦେଶ ବହନ କରି  ସତଚରିତ୍ର ସମ୍ପୂର୍ଣ୍ଣା ନାରୀ ମରିୟମ  ଯେପରି ସେହି ପୁତ୍ରକୁ  କୌଣସି  ପୁରୁଷଙ୍କୁ ସମ୍ଭୋଗ  ବିନା ମର୍ତ୍ତ୍ୟରେ ଜନ୍ମ ହୋଇଥିଲେ,  ସେହି ପରି ଯୀଶୁ ମଧ୍ୟ ପ୍ରଭୁଙ୍କ  ବାକ୍ୟକୁ ପ୍ରଚାର କରିଥିଲେ ୱାର୍ଡ ଅଫ ରେକର୍ଡ ରୂପେ  ନିଜ ନାମର  ଯଥାର୍ଥତା ପ୍ରତିପାଦନ କରିଥିଲେ ଏବଂ  ପୃଥିବୀରେ ସତ୍ୟ, ନ୍ୟାୟ  ଦୟା କ୍ଷମା ପ୍ରତିଷ୍ଠା କରିଥିଲେ  । ସୁତରାଂ  ବାଇବେଲ  କହେ ଆଦ୍ୟରେ ବାକ୍ୟ ଥିଲେ, ସେ ବାକ୍ୟ ଇଶ୍ୱର ଥିଲେ ସେ ଦେହବନ୍ତ ହୋଇ ପ୍ରକାଶିତ ହେଲେ ।

    ପବିତ୍ର କୋରାନ ଏହି ବାଣୀଙ୍କ ସମର୍ଥନ କରେ: ‘ହେ ମରିୟମ!  ନିଶ୍ଚତ ତୁମକୁ ଆଲ୍ଲାଃ ନିଜ ବାଣୀ ମାଧ୍ୟମରେ ଏକ ପୁତ୍ରର ସୁସମ୍ବାଦ ଦେଇଛନ୍ତି । ଆମ୍ଭେ ତାଙ୍କୁ ଲୋକମାନଙ୍କ ପାଇଁ କରୁଣାର ନିଦେର୍ଶନ କରିବୁ  । ମୋସେସଙ୍କ ଚଉଦ ଶହ ବର୍ଷ ପରେ  ଇସ୍ରାଇଲୀୟ ଅବତାରମାନଙ୍କ ଆବିର୍ଭାବ କ୍ରମରେ ଯୀଶୁ ଥିଲେ  ଅନ୍ତିମ କଡି  । ଇହୁଦି ଧର୍ମଗ୍ରନ୍ଥ ତୋରାହର ଭବିଷ୍ରତ ବାଣୀ ଅନୁଯାୟୀ ଯୀଶୁ ନିଜକୁ ଇହୁଦିଙ୍କ ମସିହ ଭାବରେ ଘୋଷଣା କଲେ । ମାତ୍ର ତାଙ୍କର ସାମାଜିକ ଓ ଧର୍ମୀୟ ସଂସ୍କାରକୁ ବିରୋଧ କରୁଥିବା ତକ୍ରାଳୀନ ମୌଳବାଦୀଙ୍କଠାରୁ ତାଙ୍କୁ  ନାନା ନିନ୍ଦା ଅପବାଦ ଓ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।  

    Maximum 500 characters

    ଘରକରଣ View all

    Find Us on Facebook