Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଜିଓର ନୂଆ ଅଫର୍ : ମାଗଣାରେ ଦେଖିପାରିବେ ଆଇପିଏଲ

    Share on :
    ajab-Image
    Date: Mar 18, 2025    Views: 2995

    ମୁମ୍ବାଇ : ଜିଓ ଏହାର ବର୍ତ୍ତମାନର ଏବଂ ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜ କରି ଜିଓ ଗ୍ରାହକମାନେ ଜିଓହଟଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍ ସିଜିନ୍ ଉପଭୋଗ କରିପାରିବେ। ଏହି ଅସୀମିତ କ୍ରିକେଟ୍ ଅଫରରେ, ଗ୍ରାହକମାନେ ଟିଭି କିମ୍ବା ମୋବାଇଲରେ ୯୦ ଦିନର ମାଗଣା ଜିଓହଟଷ୍ଟାର ସବସ୍କ୍ରିପସନ୍ ପାଇବେ । ଏହାର ଅର୍ଥ ଗ୍ରାହକମାନେ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ। ଜିଓ ହଟଷ୍ଟାର ପ୍ୟାକ୍ ୨୨ ମାର୍ଚ୍ଚ, ୨୦୨୫ ଠାରୁ ଅର୍ଥାତ୍ ଆଇପିଏଲ କ୍ରିକେଟ ସିଜିନର ଉଦଘାଟନୀ ମ୍ୟାଚ୍ ଦିନରୁ ୯୦ ଦିନ ପାଇଁ ବୈଧ ରହିବ।


    ଏହା ସହିତ, ଜିଓ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ମଧ୍ୟ ପ୍ରଦାନ କରିବ। ଅଲ୍ଟ୍ରା-ଫାଷ୍ଟ ଇଣ୍ଟରନେଟର ମାଗଣା ଟ୍ରାଏଲ୍ ସଂଯୋଗ ୫୦ ଦିନ ପାଇଁ ମାଗଣା ରହିବ। ଗ୍ରାହକମାନେ ଏହି ଅଫରର ଲାଭ ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ, ୨୦୨୫ ମଧ୍ୟରେ ଉପଲବ୍ଧ କରିପାରିବେ। ଏହି ଅଫରର ଲାଭ ପାଇବା ପାଇଁ, ବର୍ତ୍ତମାନର ଜିଓ ସିମ୍ ବ୍ୟବହାରକାରୀଙ୍କୁ ଅତି କମରେ ୨୯୯ ଟଙ୍କା କିମ୍ବା ଅଧିକ ମୂଲ୍ୟର ପ୍ଲାନ ରିଚାର୍ଜ କରିବାକୁ ପଡିବ। ଅନ୍ୟ ପକ୍ଷରେ ନୂତନ ଜିଓ ସିମ୍ ଗ୍ରାହକମାନଙ୍କୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ନେବାକୁ ପଡିବ।

    Maximum 500 characters

    ଖେଳ ଖବର View all

    Find Us on Facebook