Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମା’ ହେଲେ ଝିଲିକ୍

    Share on :
    ajab-Image
    Date: Jun 2, 2022    Views: 3211

    ଭୁବନେଶ୍ୱର: ମା’ ହେଲେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଚର୍ଚ୍ଚିତ ନାୟିକା ଝିଲିକ ଭଟ୍ଟାଚାର୍ଯ୍ୟ । ଚନ୍ଦ୍ରଶେଖରପୁରର ଏକ ଘରୋଇ ହସ୍ପିଟାଲରେ ଆଜି ସେ ଦୁଇଟି କନ୍ୟା ସନ୍ତାନର ଜନନୀ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେବା ସହ ତାଙ୍କ ଜନ୍ମଦିନରେ ଭଗବାନଙ୍କର ଏହା ସବୁଠୁ ବଡ଼ ଉପହାର ବୋଲି କହିଛନ୍ତି । ଏହାପରେ ଘଡେ଼ଇ ପରିବାରରେ ଖୁସିର ଲହରି ଖେଳିଯାଇଛି । ନୂଆ ଅତିଥିଙ୍କୁ ସ୍ୱାଗତ ପାଇଁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଝିଲିକଙ୍କ ସ୍ୱାମୀ ତଥା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡେ଼ଇଙ୍କ ସୁପୁତ୍ର ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ ଓରଫ ଡାନି ମଧ୍ୟ ଖୁସି ରହିଛନ୍ତି । 

     ୨୦୨୦ ମାର୍ଚ୍ଚ ୧୧ରେ ଗଞ୍ଜାମ ଜିଲ୍ଲା ପଥରସ୍ଥିତ ସ୍ୱସ୍ତି ଚିଲିକା ରିସର୍ଟରେ ରୀତିନୀତିରେ ଝିଲିକ ଓ ଡାନିଙ୍କ ବିବାହ ସମ୍ପନ୍ନ ହୋଇଥିଲା । କାହାକୁ କିଛି ନ ଜଣାଇ ଦୁଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଭୁବନେଶ୍ୱରରୁ ପ୍ରାୟ ୧୧୫ କିଲୋମିଟର ଦୂରରେ ହୋଇଥିବା ଏହି ବାହାଘରକୁ ନେଇ ସେତେବେଳେ ଜୋରଦାର ଚର୍ଚ୍ଚା ହୋଇଥିଲା । ଉଭୟଙ୍କ ସମ୍ପର୍କକୁ ନେଇ ସିନେ ଜଗତରୁ ରାଜନୀତି ମୈଦାନ ପର୍ଯ୍ୟନ୍ତ ଉଠିଥିଲା ପଡ଼ିଥିଲା । ଆଜି ଝିଲିକଙ୍କ ପାଇଁ ଦୁଇ ଦୁଇଟି ସ୍ମରଣୀୟ ଦିନ । ଗୋଟିଏ ତାଙ୍କ ଜନ୍ମଦିନ ଓ ଅନ୍ୟଟି ତାଙ୍କ ବାହାଘର, ଯେଉଁ ବୁଧବାର ହୋଇଥିଲେ ସେହି ବୁଧବାର ସେ ମା’ ହୋଇ ସମସ୍ତଙ୍କୁ ଖୁସି ବାଣ୍ଟିଛନ୍ତି । ଏଥିପାଇଁ ଅନେକ କଳାକାର ଓ ସାଥୀ, ସହଯୋଗୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

    Maximum 500 characters

    ବିଶେଷ View all

    Find Us on Facebook