Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଝାରସୁଗୁଡା ଉପ-ନିର୍ବାଚନ:କ’ଣ କହିଲେ ପିିସିସି ସଭାପତି ଜାଣନ୍ତୁ

    Share on :
    ajab-Image
    Date: May 11, 2023    Views: 3871

    ଭୁବନେଶ୍ୱର: ଝାରସୁଗୁଡା ଉପ-ନିର୍ବାଚନକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବଡ ବୟାନ । ଝାରସୁଗୁଡାରେ ଆମେ ଯେଉଁଭଳି ପରିଶ୍ରମ କରିଛୁ, ଆଶା ଅଛି ଝାରସୁଗୁଡାରେ କଂଗ୍ରେସ ଜିତିବ । ବ୍ଲକ,ପଞ୍ଚାୟତସ୍ତରରେ କର୍ମୀ ମାନେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ସବୁ ନିର୍ବାଚନକୁ ଯେମିତି ଅନ୍ୟ ଦଳ ସହଜ ବୋଲି ଭାବୁଥିଲେ । ଏହି ନିର୍ବାଚନ ସେଭଳି ସହଜ ହୋଇନି । ଝାରସୁଗୁଡା ଉପନିର୍ବାଚନରେ ତ୍ରିମୁଖି ଲଢେଇ ହୋଇଛି । ତିନି ଦଳ ମଧ୍ୟରେ କଡ୍ଡା ଟକ୍କର ହୋଇଛି । ବିଜୟ ପାଇଁ ଭୋଟ ବ୍ୟବଧାନ ଖୁବ କମ୍ ରହିବ । କଂଗ୍ରେସ ନିଶ୍ଚିତ ଜିତିବ ବୋଲି ଆଶା । ପୂରା ଲଢେଇ କରିଛି କଂଗ୍ରେସ ।
    ଶରତ କହିଛନ୍ତି, ଝାରସୁଗୁଡାରେ ଲଢେଇ ଜୋରଦାର ହୋଇଛି । ଆମେ ସମସ୍ତେ ମିଳିତ ଭାବେ ଲଢେଇ କରିଛୁ । ଗୋଟିଏ ଡାକରାରେ ବିଭିନ୍ନ ଅଞ୍ଚଳରୁ କର୍ମୀ ଆସି ଝାରସୁଗୁଡାରେ ଏକାଠି ହୋଇଥିଲେ । ସୁର ଭାଇଙ୍କ ଭଳି ଲୋକ ବୟସ୍କ ଲୋକ ଆସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ଦଳ ନିଶ୍ଚୟ ଭଲ ପ୍ରଦର୍ଶନ କରିବ ।
    ସେପଟେ ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ର । ଉପ-ନିର୍ବାଚନର ଫଳାଫଳକୁ ନେଇ ଦେବୀ କହିଛନ୍ତି, ଅଧିକ ଭୋଟିଂ ଆମ ପାଇଁ ସହାୟକ ହେବ । ଜନାଦେଶ ବିଜେଡି ସପକ୍ଷରେ ଯିବ । ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି ସେ ହିଁ ବିଜୟ ହାସଲ କରିବେ ।

    ୨୦୧୯ର ମାର୍ଜିନି କମିବ ନା ବଢିବ ପ୍ରଶ୍ନରେ ଦେବୀ ମିଶ୍ର କହିଛନ୍ତି କମିବା ବଢିବା ସାଙ୍ଗରେ କିଛି ନାହିଁ । ଉଣା ଅଧିକେ ୧୦ କି ୨୦ ପ୍ରତିଶତ ଯଦି ଏପଟ ସେପଟ ହୁଏ ସେଇଟାକୁ ଧରାଯାଏ ନାହିଁ । କିଛି ଫରକ ନାହିଁ । ୩୦ ହଜାରରୁ ଅଧିକ ମାର୍ଜିନି ହେଲେ ବି ତାହା ବିପୁଳ ବିଜୟ । ଗତଥରର ବିଜୟ ବ୍ୟବଧାନରୁ ଅଧିକ ହେବ କି ନାହିଁ ତାହା କହିହେବନି ।

    ଝାରସୁଗୁଡାରେ ଅନ୍ୟ ଦଳର ପ୍ରଦର୍ଶନ କଣ ରହିବ ତାହାକୁ ନେଇ ଦେବୀ କହିଛନ୍ତି, ବିଜେପି ଦ୍ୱିତୀୟ ସ୍ଥାନ ବଜାୟ ରଖିବା ପାଇଁ ବହୁତ ପରିଶ୍ରମ କରିଛି । କାରଣ ବିଜେପି ଗତଥର ଦ୍ୱିତୀୟ ସ୍ଥାନରେ ଥିଲା ତେଣୁ ତାକୁ ବଜାୟ ରଖିବା ପାଇଁ ଶେଷ ମହୁର୍ତ୍ତରେ ସେମାନେ ବହୁତ ଲାଗିଛନ୍ତି । ଏଭଳି କହି ବିଜେଡିର ବିଜୟ ନିଶ୍ଚିତ ବୋଲି କହିଛନ୍ତି ଦେବୀ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook