Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଝାରପଡ଼ା ଜେଲ୍‌ରେ ଜେଲ୍ ଡିଜି

    Share on :
    ajab-Image
    Date: Jul 4, 2025    Views: 3809

    ଭୁବନେଶ୍ବର : ଭୁବନେଶ୍ୱର ସ୍ଵତନ୍ତ୍ର କାରାଗାରରେ ପହଞ୍ଚିଲେ ଜେଲ୍ ଡିଜି ସୁଶାନ୍ତ ନାଥ । ଜେଲ୍‌ରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିଲେ ଜେଲ୍ ଡିଜି । ଝାରପଡ଼ା ଜେଲ୍ ସୁପରିଟେଣ୍ଡେଣ୍ଟ ଓ ଜେଲରଙ୍କ ସହ ଜେଲ୍ ଡିଜି ବୈଠକ କରିଛନ୍ତି । ଜେଲରଙ୍କ ସହ ଆଲୋଚନା କଲେ ଜେଲ୍ ଡିଜି । କଏଦୀମାନଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି ।  

    ଏହି ବୈଠକରେ ଜେଲ୍ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ପରିଚାଳନା ଉପରେ ଆଲୋଚନା ହୋଇଛି । ବୈଠକ ପରେ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଡିଜି ସୁଶାନ୍ତ ନାଥ । ଡିଜି କହିଛନ୍ତି, ଝାରପଡ଼ା ଜେଲ୍‌ରେ ଲାଗିବ ଇଓ କ୍ୟାମେରା । ଫଳରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ସୁଦୃଢ ହୋଇପାରିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook