Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଟିନଙ୍କୁ ଭେଟିଲେ ଜୟଶଙ୍କର

    Share on :
    ajab-Image
    Date: Aug 25, 2026    Views: 3136

    ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଆସନ୍ତା ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସେ ସାମିଲ ହୋଇପାରନ୍ତିି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ମସ୍କୋରେ ପୁଟିନଙ୍କୁ ଭେଟି ଏହି ସମ୍ମିଳନୀରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି। ଏହି ଅବସରରେ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବି ବୋଲି ପୁଟିନ କହିିଛନ୍ତି। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀ ଅବସରରେ ଏବଂ ପରେ ପୁଣି ଥରେ ପରସ୍ପରଙ୍କୁ ଭେଟିବେ ବୋଲିି ପୁଟିନ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଉଦ୍ୟମରୁ ଏବେ ଭାରତ-ରୁଷ ମଧ୍ୟରେ କାରବାର ବୃଦ୍ଧି ପାଇଥିବା ମଧ୍ୟ କହିଥିଲେ। ଜୟଶଙ୍କର ଓ ପୁଟିନ ଦ୍ବିପାକ୍ଷିକ ସମ୍ପର୍କ ଓ ପାରସ୍ପରିକ ସହଯୋଗକୁ ନେଇ ମଧ୍ୟ ଚର୍ଚ୍ଚା କରିଥିଲେ।
    ପୁଟିନଙ୍କୁ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ବ୍ରିକ୍ସ ସମ୍ମିଳନୀ ପାଇଁ ରୁଷ ରାଷ୍ଟ୍ରପତିଙ୍କୁ ଭାରତରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ବାଗତ କରିବେ। ଉଭୟ ନେତାଙ୍କ ମଧ୍ୟରେ ଖୁବଶୀଘ୍ର ବାର୍ଷିକ ବୈଠକ ହେବା ନେଇ ମଧ୍ୟ ସଙ୍କେତ ଦେଇଥିଲେ। କିର୍ଗିଜସ୍ତାନରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ତାଙ୍କୁ ଭେଟିବା ପାଇଁ ମୋଦୀ ଅପେକ୍ଷା କରିଥିବା କହିଥିଲେ। ସେହିପରି ପୁଟିନ କହିଥିଲେ ଯେ ଚଳିତ ବର୍ଷ ରୁଷ ଓ ଭାରତ ମଧ୍ୟରେ କାରବାର ବୃଦ୍ଧି ପାଇଛି। ତେବେ ଗତ ବର୍ଷ ଏହା ସାମାନ୍ୟ ହ୍ରାସ ପାଇଥିଲା। ଏ ଦିଗରେ ବ୍ୟକ୍ତିଗତ ଭାବେ ଧ୍ୟାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ। ଅନେକ ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ମଜଭୁତ ସମ୍ପର୍କ ରହି ଆସିଛି। ବ୍ୟାବହାରିକ ଦୃଷ୍ଟିରୁ ଉଭୟ ଦେଶ ପ୍ରାୟ ସବୁ କ୍ଷେତ୍ରରେ ନିଜର ସହଯୋଗ ଜାରି ରଖିବେ ବୋଲି ପୁଟିନ କହିିଛନ୍ତି। ଏହା ବ୍ୟତୀତ ବୈଦେଶିକ ସମ୍ପର୍କର ନେତୃତ୍ବ ନେଉଥିବା ଜୟଶଙ୍କର ଓ ରୁଷ ବିଦେଶ ମନ୍ତ୍ରୀ ଡେନିସ ମାଣ୍ଟୁରୋଭଙ୍କୁ ପୁଟିନ ପ୍ରଶଂସା କରିଛନ୍ତି। ଉଭୟ ପକ୍ଷ ଶକ୍ତି କ୍ଷେତ୍ରରେ ସହଯୋଗ ସହିତ ସାର ଯୋଗାଣ ଆଦି ପ୍ରସଙ୍ଗକୁ ଗୁରୁତ୍ବ ଦେବାକୁ କଥା ହୋଇଛନ୍ତି। ଭାରତର କୃଷି କ୍ଷେତ୍ର ଓ ଚାଷୀଙ୍କୁ ସହଯୋଗ ଦେବା ପାଇଁ ଯୋଗାଣ ବଢ଼ାଇବାକୁ ରୁଷ ପ୍ରସ୍ତୁତ ଅଛି। ପରମାଣୁ ଶକ୍ତି, ପ୍ରଯୁକ୍ତିବିଦ୍ୟା ଓ ଅନ୍ୟ କ୍ଷେତ୍ରରେ ସହାୟତା ଦେବାକୁ ମଧ୍ୟ ଆମେ ପ୍ରସ୍ତୁତ ବୋଲି ପୁଟିନ କହିଛନ୍ତି।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook