Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବହୁତ ଅଫିସରଙ୍କର ବିଜେଡ଼ି ହ୍ୟାଙ୍ଗଓଭର ଯାଉନାହିଁ: ଜୟନାରାୟଣ ମିଶ୍ର

    Share on :
    ajab-Image
    Date: Jul 6, 2025    Views: 3596

    ଭୁବନେଶ୍ୱର: ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ ଜଗନ୍ନାଥ ପ୍ରଧାନ କଣ କରିଥିଲେ? ଜଗନ୍ନାଥ ପ୍ରଧାନ କଣ ସେ ଜାଗାକୁ ଯାଇଥିଲେ ? ସେ କିଛି ଷଡଯନ୍ତ୍ର କରିନାହାନ୍ତି ।ଅତିରିକ୍ତ କମିଶନରଙ୍କ ଚରିତ୍ର ମହିଳା ଓଏଏସ ଅଫିସର କହିସାରିଲେଣି । ବହୁତ ଅଫିସରଙ୍କର ବିଜେଡ଼ି ହ୍ୟାଙ୍ଗଓଭର ଯାଉନାହିଁ । ଆଉ ମାଡ଼ ତତ୍ୱ ବିଜୁ ପଟନାୟକ କହିଥିଲେ । ଆମେ କଲୁ ସେଇଠୁ କଣ ହେଲା ? ବିଜୁ ପଟନାୟକ କହିଥିଲେ ଯେଉଁ ଅଫିସର ଶୁଣୁନି କିମ୍ବା କାମ କରୁନି ତାକୁ ମାଡ଼ ଦିଅ ।  ସେ ତାଙ୍କର ଗୁରୁ, ଆମେ ତାଙ୍କ ଗୁରୁଙ୍କୁ ଅନୁକରଣ କଲୁ ଜ୍ଝ ଜଗନ୍ନାଥଙ୍କ ଗିରଫଦାରିଙ୍କୁ ମୁଁ ପସନ୍ଦ କରୁନି । ଜଗନ୍ନାଥ ସେ ଜାଗାରେ ସମ୍ପୃକ୍ତ ନଥିଲେ।

    ଅନ୍ୟପଟେ ବ୍ୟାସନଗର ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯେ ଅଫିସରମାନେ ଜନ ଅଭିମୁଖୀ ହେବା କଥା । ଲୋକଙ୍କ ସମସ୍ୟା ସହ ରହିବା କଥା ଜ୍ଝ ଯେଉଁ ଅଫିସର ଲୋକଙ୍କ ସମସ୍ୟା ସହ ରହିବେ ନାହିଁ, ଲୋକେ ତାଙ୍କ ଉପରେ ରାଗିବାଟା ସ୍ୱାଭାବିକ ଜ୍ଝ ଆମେ ଜନ ପ୍ରତିନିଧି ଭାବେ ଅନେକ ଜାଗା ବୁଲୁଛୁ କିନ୍ତୁ ଆମକୁ ତ ଲୋକମାନେ ଖରାପ ବ୍ୟବହାର କରୁ ନାହାନ୍ତି । ବିଜେଡ଼ିର ଅରୁଣ ସାହୁ, ପ୍ରତାପ ଜେନା ଏବଂ ଦିବ୍ୟ ଶଙ୍କର ମିଶ୍ର ହତ୍ୟା ମକଦମାରେ ସଂଶ୍ଲିଷ୍ଟ ଥିଲେ । ସେମାନଙ୍କୁ ଗିରଫ କରାଯାଇଥିଲା କି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook