Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମାଟ୍ରିକ ପରୀକ୍ଷାର ଗୋଟିଏ ପ୍ରଶ୍ନପତ୍ର ୧୦ ହଜାରରେ ବିକ୍ରି ହେଉଛି :ଜୟନାରାୟଣ

    Share on :
    ajab-Image
    Date: Mar 18, 2023    Views: 3544

    ଭୁବନେଶ୍ୱର: ଶୂନ୍ୟକାଳରେ  ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ମାଟ୍ରିକ ପରୀକ୍ଷାର ଗୋଟିଏ ପ୍ରଶ୍ନପତ୍ର ୧୦ ହଜାରରେ ବିକ୍ରି ହେଉଛି ବୋଲି କହିଛନ୍ତି ଜୟନାରାୟଣ । ଚାରିଟା ପ୍ରଶ୍ନପତ୍ରକୁ ଚାଳିଶ ହଜାରରେ ବିକ୍ରି ହେଉଛି  । ଏହାର ଅଡିଓ ବାହାରେ ବୁଲୁଥିବା କହିଛନ୍ତି ଜୟନାରାୟଣ । ବଲାଙ୍ଗୀରରେ ୨ଟି ପ୍ରଶ୍ନପତ୍ର ଲିକ୍ ହୋଇଥିବା ପ୍ରସଙ୍ଗ ଉଠାଇବା ସହ ଜୟନାରାୟଣ କହିଛନ୍ତି ଏହା କଣ ୫-ଟି ।

    ସେହିଭଳି ପୁଣିଥରେ ବିଧାନସଭାରେ ଉଠିଛି ନବ ଦାସ ହତ୍ୟାକାଣ୍ଡ ଘଟଣା । ଜୟନାରାୟଣ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡ କୁ ୫୦ ଦିନ ପୁରିଗଲାଣି । ହତ୍ୟାକାଣ୍ଡର ଉଦ୍ଦେଶ୍ୟ କଣ ଓ ଘଟଣା ପଛରେ କିଏ ତାହା ଏ ପର୍ୟ୍ୟନ୍ତ ଜଣା ପଡ଼ିଲା ନାହିଁ । ଏସସିବି ମେଡ଼ିକାଲ ବୋର୍ଡ ଗୋପାଳ ପାଗଳ ନୁହେଁ ବୋଲି କହିବା ପରେ ବି କାହିଁକି ତାକୁ ବାହାରକୁ ନେବାକୁ ଚାହୁଁଛନ୍ତି । ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ କାହିଁକି ଚାହୁଁଛନ୍ତି ? ଏସସିବି ମେଡ଼ିକାଲକୁ ବିଶ୍ୱ ସ୍ତରୀୟ କହୁଥିବା ବେଳେ କାହିଁକି ତାକୁ ହିଁ ବିଶ୍ଵାସ କରୁ ନାହାନ୍ତି ? ଓଡ଼ିଶା ସରକାର କେନ୍ଦ୍ର ସରକାରକୁ ଯେଉଁ ଚିଠି ଲେଖିଛନ୍ତି ଏଫବିଆଇର ସାହାଯ୍ୟ ନେବାକୁ ସେ ଚିଠିକୁ ଗୃହରେ ଉପସ୍ଥାପିତ କରିବେ କି । ହାଇକୋର୍ଟର ମନିଟରିଂ କରିବା ପାଇଁ ଯେଉଁ ଚିଠି ଲେଖା ଯାଇଛି ତାହା ଉପସ୍ଥାପିତ କରିବେ କି ସରକାର ? ଏଭଳି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜୟନାରାୟଣ ।

    Maximum 500 characters

    ତାଜା ଖବର View all

    Find Us on Facebook