Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସ ଆଇସିୟୁରେ ରହିଛି : ଜୟନାରାୟଣ

    Share on :
    ajab-Image
    Date: Jun 11, 2026    Views: 2535

    ସମ୍ବଲପୁର : ନିଟ ପରୀକ୍ଷା ପତ୍ର ଲିକ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାଦାବି ନେଇ ଜନ ଆକ୍ରୋଶ ରାଲି କରିଥିଲା କଂଗ୍ରେସ। କଂଗ୍ରେସନେତା କହ୍ନେୟା କୁମାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯାହାକୁ ନେଇ ବିଧାୟକ ଜୟନାରାୟଣ ମିଶ୍ର କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କଂଗ୍ରେସ ଆଇସିୟୁରେ ରହିଛି।

    ସେ କହିଛନ୍ତି ଯେ, ସମ୍ବଲପୁରରେ ଆଜି କଂଗ୍ରେସ ବଞ୍ଚାଅ ଅଭିଯାନ ହୋଇଛି। କଂଗ୍ରେସ ବଞ୍ଚିଛି ବୋଲି ଲୋକେ ଜନତୁ ସେଥିପାଇଁ ଏହା ଚେଷ୍ଟା କରିଛନ୍ତି। ଏହା ଦ୍ୱାରା ଜଣାପଡ଼ିଛି ଯେ, କଂଗ୍ରେସ ବଞ୍ଚିଛି, କିନ୍ତୁ ସାଲାଇନ ଲଗାଇ ଆଇସିୟୁରେ ବଞ୍ଚିଛି। କଂଗ୍ରେସ ସମୟରେ ସବୁଠାରୁ ରେକର୍ଡ ସଂଖ୍ୟକ ପେପର ଲିକ ହୋଇଛି। ଆମର ସମୟରେ ଯଦି ଭୁଲ ବଶତଃ କୌଣସି ଘଟଣା ଘଟୁଛି, ତାହା ହେଲେ ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛୁ ଏବଂ ବହୁ ଲୋକ ଗିରଫ ମଧ୍ୟ ହୋଇଛନ୍ତି। ତଦନ୍ତ ଚାଲିଛି ଏବଂ ଯିଏ ମଧ୍ୟ ଦୋଷୀ ଅଟେ, ତାହାକୁ ଛଡାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଗାମୀ ଦିନରେ ଏଭଳି ଘଟଣା ଯେଭଳି ନ ଘଟିବ ତାର ମଧ୍ୟ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ସେମାନେ ଯେଉଁ ବିଭିନ୍ନ ଅଭିଯୋଗ କରୁଛନ୍ତି ଯେ, ପୁଲିସ ତାଙ୍କୁ ଅଟକାଇ ଦେଲା। ଯଦି ପୁଲିସ ଅଟକାଇ ଥାନ୍ତା, ତାହେଲେ ୫୦୦-୬୦୦ ଲୋକ ଠୁଳ କରି ଆନ୍ଦୋଳନ କରିଲେ, ତାହା କରିପାରି ନଥାନ୍ତେ। ଏସବୁ ବାହାନା ଅଟେ। ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ପଶ୍ଚିମ ଓଡିଶାର ନେତା ହୋଇଥିବା ବେଳେ ତାଙ୍କର ଅଞ୍ଚଳରେ ହୋଇଥିବା ଏହି ଆନ୍ଦୋଳନ ସମ୍ପୁର୍ଣ୍ଣ ରୂପେ ଫ୍ଲପ ସୋ ହୋଇଛି। ସେମାନେ ଦୁର୍ବଳ ନେତୃତ୍ୱର କଥା କହୁଥିବା ବେଳେ ଆଜିର ଘଟଣାରୁ କିଏ ଦୁର୍ବଳ ତାହା ସ୍ପଷ୍ଟ ଜଣାପଡୁଛି ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି।
    ସେ ଆହୁରୀ କହିଛନ୍ତି ଯେ, ସେମାନେ ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ବଳ ବୋଲି କହୁଛନ୍ତି, ସେମାନେ ଜାଣିବା ଉଚିତ ଯେ ସାରା ବିଶ୍ୱ ଦରବାରରେ ଆମେରିକା, ଚୀନ ଭଳି ରାଷ୍ଟ୍ର ସହିତ ତାଳ ଦେଇ ଦେଶ ଚାଲୁଛି ଏବଂ ଭାରତ ଗୌରବକୁ ଆହୁରୀ ବିଖ୍ୟାତ କରିଛି, ସେହି ବ୍ୟକ୍ତି ଦୁର୍ବଳ କି ସବଳ ତାହା ଜନତା ବିଚାର କରିବେ। ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବିଦେଶୀ କାର୍ଯ୍ୟକ୍ରମ ଗୁଡିକରେ ପଛରେ ଛିଡା ହେଉଥିଲେ। ସେମାନେ ତାଙ୍କ ସମୟରେ ସୋନିଆ ଗାନ୍ଧୀଙ୍କ ହାତରେ ରିମୋଟ ଧରାଇ ଦେଇଥିବା ବେଳେ ଯେଉଁ ପ୍ରକାରର ବ୍ୟବହାର ରାହୁଲ ଗାନ୍ଧୀ କରୁଥିଲେ ତାହା ଦୁନିଆ ଦେଖିଛି। ଶିକ୍ଷାର ବିକାଶ ପାଇଁ ଆମେ ପୁର୍ବ ସରକାରଙ୍କ ତୁଳନାରେ ୫ ଗୁଣା ଆଇଆଇଏମ କରିଛୁ। ଆଜି ଭାରତବର୍ଷରେ ରାଜ୍ୟର ଲୋକସଂଖ୍ୟା ଅନୁପାତରେ ମେଡକାଲ କଲେଜ କରାଯାଉଛି। ଓଡିଶାରେ ଏବେ ୧୫ଟି ମେଡିକାଲ କଲେଜ ହୋଇଥିବା ବେଳେ ପ୍ରତି ଜିଲାରେ ମେଡିକାଲ କଲେଜ ଖୋଲିବାର ଲକ୍ଷ୍ୟ ରଖିଛି। ପୁର୍ବରୁ କଂଗ୍ରେସ ଲୋକଙ୍କୁ ମୁର୍ଖ ବନାଉଥିଲା କିନ୍ତୁ ଏବେ ଜନତା ଆଉ ମୁର୍ଖ ନୁହନ୍ତି, ସେମାନେ ସବୁ ଜାଣୁଛନ୍ତି। ଆଜିର ପଶ୍ଚିମ ଓଡିଶା ଆନ୍ଦୋଳନ ଆୟୋଜନରୁ ଜଣାପଡୁଛି ଯେ,
    ସେମାନେ ଦେଶକୁ କେତେ ପରିବର୍ତ୍ତନ କରିବାର ସାମର୍ଥ୍ୟ ରଖିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook