Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କ'ଣ ନିଆଁ ଲଗାଇ ଦେଲେ କି ?

    Share on :
    ajab-Image
    Date: Mar 17, 2026    Views: 2575

    ଭୁବନେଶ୍ଵର: ଏସସିବି ମେଡିକାଲ ନିଆଁରେ ରାଜ୍ୟ ରାଜନୀତିରେ ତାତି। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କ'ଣ ନିଆଁ ଲଗାଇ ଦେଲେ କି ? ଗୋଟିଏ ଦୁର୍ଘଟଣା ଘଟିଗଲା। ରାସ୍ତାରେ ଗାଡ଼ି ଖରାପ ହୋଇଗଲେ ସେଥିପାଇଁ ଡ୍ରାଇଭର ତ ଦାୟୀ ହେବ ନାହିଁ ନା । ସେଥିପାଇଁ ଗୋଟିଏ ଦୁର୍ଘଟଣା ଉପରେ ତଦନ୍ତ ହେବ ଏବଂ ଯିଏ ଦାୟୀ ଥିବ ଆକ୍ସନ ନିଆଯିବ । ମନ୍ତ୍ରୀ ଦାୟୀ କହିବା ଓ ଇସ୍ତଫା ଦାବି କରିବା ବିଚିତ୍ର କଥା । ୨୪ ବର୍ଷ ବିଜେଡି ସରକାରରେ ଦିବ୍ୟ ଶଙ୍କର ମିଶ୍ର ହତ୍ୟାରେ ସମ୍ପୃକ୍ତ ଥିଲେ। ବିଜେପି ତାଙ୍କ ଇସ୍ତଫା ଦାବି କରିଥିଲା । ହେଲେ ସେ କାହିଁକି ଇସ୍ତଫା ଦେଲେ ନାହିଁ। ଏସସିବି ଅଗ୍ନିକାଣ୍ଡ ଘଟଣାରେ ମନ୍ତ୍ରୀଙ୍କର କୌଣସି ସମ୍ପୃକ୍ତି ନଥାଇ ଦୁର୍ଘଟଣା ପାଇଁ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଅନୁଚିତ୍।

    ସୂଚନା ଥାଉକି, କଟକ ଏସ୍ସିବିରେ ଅଗ୍ନିକାଣ୍ଡକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି ସୋମବାର କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲି। ମୁଁ ଯାହା ଦେଖିଲି ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ ନୁହେଁ, ବରଂ ଆମ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଭୁଶୁଡ଼ି ପଡ଼ୁଥିବା ସୁରକ୍ଷା ମାନଦଣ୍ଡର ଏକ ସ୍ପଷ୍ଟ ଉଦାହରଣ। ସୁସ୍ଥ ହେବାର ଆଶା ନେଇ ଯେଉଁମାନେ ହସ୍ପିଟାଲକୁ ଆସିଥିଲେ,  ପ୍ରଶାସନିକ ଅବହେଳା ଯୋଗୁଁ ସେମାନଙ୍କର ଭୟଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ନ୍ୟାୟିକ ତଦନ୍ତ ସ୍ୱାଗତଯୋଗ୍ୟ, କିନ୍ତୁ ଏହି ଦୁର୍ଘଟଣା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଦିଅନ୍ତୁ। ସୁରକ୍ଷା ତଦାରଖରେ ଏହି ଭୟଙ୍କର ତ୍ରୁଟି ପାଇଁ ତାଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡିବ। ଏହା ସହିତ, ବର୍ତ୍ତମାନ ଘୋଷଣା କରାଯାଇଥିବା ଅନୁକମ୍ପା ରାଶି ପର୍ଯ୍ୟାପ୍ତ ନୁହେଁ। ପ୍ରତ୍ୟେକ ମୃତ ପୀଡିତଙ୍କ ପରିବାର ପାଇଁ ୫୦ ଲକ୍ଷ ସହାୟତା ଦାବି କରୁଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook