Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ:ଜୟନାରାୟଣ

    Share on :
    ajab-Image
    Date: Mar 1, 2023    Views: 3278

    ଭୁବନେଶ୍ୱର:  ନବଦାସ ହତ୍ୟାକାଣ୍ଡରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ପ୍ରହାର କରୁଥିବା ବିରୋଧୀଦଳ ନେତାଙ୍କ ପୁଣି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଛି । ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାେବେଳେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ଓ ସ୍ପୋର୍ଟସ ଷ୍ଟାର ପୁରସ୍କାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପ୍ରେସମିଟ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି । କହିଛନ୍ତି, ଗୃହରେ ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସୀମା ବିବାଦ ଓ ରାଜ୍ୟ ବଜଟେର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । କିନ୍ତୁ ଗୃହର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଛାଡି ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତାରେ ବିଧାନସଭା ନ ପ୍ରାୟୋଜିତ ପୁରସ୍କାର ଗ୍ରହଣ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ । କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ସରକାରୀ ପ୍ରାୟୋଜିତ । ଜୟନାରାୟଣଙ୍କ ଏହି ମନ୍ତବ୍ୟ ଉପରେ ଜବାବ ରଖିଛି ବିଜେଡି । ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ପ୍ରଶ୍ନ କରିଛନ୍ତି, ଯଦି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରାୟୋଜିତ, ତେବେ ଜାତୀୟ ସ୍ତରରେ ମିଳୁଥିବା ପୁରସ୍କାର କଣ ମୋଦିଙ୍କ ପ୍ରାୟୋଜିତ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook