Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଧାନସଭାରେ ଉଠିବ ଚିନ୍ମୟୀ ମୃତ୍ୟୁ ପ୍ରସଙ୍ଗ : ଜୟ ନାରାୟଣ

    Share on :
    ajab-Image
    Date: Mar 4, 2023    Views: 3781

    ଭୁବନେଶ୍ୱର :  ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ।
    ଓଡ଼ିଶାରେ ପୁଲିସ ଏବେ ସବୁ କଥାକୁ ଚାପି ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଲୋକଙ୍କ ସନ୍ଦେହ ହେଲା ଭଳି ପୁଲିସ କାମ କରୁଛି। ଚିନ୍ମୟୀଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ପୁଲିସ ସ୍ପଷ୍ଟ କରିବା ଆବଶ୍ୟକ। ପୁଲିସର ତଦନ୍ତ ପ୍ରକ୍ରିୟା ନେଇ ଶ୍ରୀ ମିଶ୍ର ପ୍ରଶ୍ନ ଉଠାଇଛନ୍ତି।  ତେଣୁ ପୁଲିସ ଉଚିତ ପଦକ୍ଷେପ ନନେଲେ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ସେ କହିଛନ୍ତି । ରାଜ୍ୟରେ ହତ୍ୟା, ନାରୀ ନିର୍ୟ୍ୟାତନା ଏବଂ ଅପରାଧର ମାତ୍ରା ବଢିଚାଲିଥିବା ବେଳେ ପୁଲିସ ବିଭିନ୍ନ ପ୍ରସଙ୍ଗରେ ଉପଯୁକ୍ତ ତଦନ୍ତ କରିବାରେ ବିଫଳ ହୋଇଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook