Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜୟଲଳିତାଙ୍କ ଘରକୁ ନେଇ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ କ’ଣ

    Share on :
    ajab-Image
    Date: Nov 25, 2021    Views: 2912


    ଚେନ୍ନାଇ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ପୋସ ଗାର୍ଡେନ ସ୍ଥିତ ‘ବେଦ ନିଳୟମ’ ବାସଭବନକୁ ରାଜ୍ୟ ସରକାର ନେଇପାରିବେ ନାହିଁ  । ଜୟଲଳିତାଙ୍କ ବାସଭବନକୁ ଏକ ସ୍ମାରକସ୍ଥଳରେ ପରିଣତ କରିବାପାଇଁ ସରକାର ତାଙ୍କ ବାସଭବନକୁ ନିଜ ଦଖଲକୁ ନେଇଥିଲେ ବି କୋର୍ଟ ଏହାକୁ ବାତିଲ କରିଦେଇଛନ୍ତି । ଜୟଲଳିତାଙ୍କ ଉତ୍ତରାଧିକାରୀ ତଥା ତାଙ୍କ ଝିଆରୀ ଏବଂ ପୁତୁରାଙ୍କ ଦ୍ୱାରା ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଂଜ କରି ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା ।


     କୋର୍ଟ ଏହି ପିଟିସନର ଶୁଣାଣି କରି ଆଜି ଉକ୍ତ ନିଷ୍ପତ୍ତି ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ, ଏଆଇଏଡିଏମକେ ସରକାର ମୁଖ୍ୟମନ୍ତ୍ରୀଙ୍କ ବେଦ ନିଳୟମ ବାସଭବନକୁ ଏକ ସ୍ମାରକ ସ୍ଥଳରେ ପରିଣତ କରିବାପାଇଁ ପ୍ରସ୍ତାବ ଦେଇଥିଲେ । ଜୟଲଳିତାଙ୍କ ଘରକୁ ଏକ ସ୍ମାରକରେ ପରିଣତ କରିବାର ଅଧିକାର ଏବଂ ଦାୟିତ୍ୱ ଦଳର ଅଛି ବୋଲି ଏଆଇଏଡିଏମକେ କହିଥିଲା । ଇ. ପଲାନିସ୍ୱାମୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ନିଷ୍ପତ୍ତି ଶୁଣାଇଥିଲେ । ଚଳିତ ବର୍ଷ ଜୁଲାଇରେ ରାଜ୍ୟ ସରକାର ବାସଭବନକୁ ନିଜ ଦଖଲକୁ ନେବାପାଇଁ ସିଟି କୋର୍ଟରେ ୬୭.୯ କୋଟି ଟଙ୍କା ଦାଖଲ କରିଥିଲେ । କିନ୍ତୁ ଜୟଲଳିତାଙ୍କ ଉତ୍ତରାଧିକାରୀ ତଥା ତାଙ୍କ ଝିଆରୀ ଓ ପୁତୁରା ଏହାକୁ ତୀବ୍ର ବିରୋଧ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook