ମୁଖ୍ୟ ଖବର
ଭୁବନେଶ୍ୱର: ନିଜ ଦଳର ରାଜ୍ୟ ନେତୃତ୍ୱ ପ୍ରତି ନିଜର କ୍ଷୋଭ ଓ ଅସନ୍ତୋଷ ଜାହିର କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କ୍ଷ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ବଲପୁର ଗସ୍ତକୁ ନେଇ ହୋଇଥିବା ପ୍ରସ୍ତୁତି ବୈଠକରେ ଜୟନାରାୟଣଙ୍କୁ ପଛ ଧାଡିରେ ବସିଥିବା ଦେଖିବାକୁ ମିଳିଥିଲା କ୍ଷ ତାଙ୍କୁ ମଞ୍ଚରେ ବସିବା ପାଇଁ ବିଜେପି ନେତା ସିମାଞ୍ଚଳ ଖଟେଇ ଓ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଆମନ୍ତ୍ରଣ କରିଥିଲେ ମଧ୍ୟ ସେ ଯାଇ ନଥିଲେ କ୍ଷ
ଏନେଇ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିବାରୁ ସେ ଉତ୍ତର କହିଥିଲେ,"ଗୋଟିଏ ଜାଗାରେ ବସିବା ପାଇଁ ଯୋଗ୍ୟତା ରହିବା କଥା । ମୋର ଯୋଗ୍ୟତା ସେ ଜାଗାରେ ନାହିଁ ବୋଲି ଭାବିଲି । ଆଉ ମୁଁ ଗଲି ନାହିଁ କ୍ଷ ସେ ଜାଗାରେ ରାଜ୍ୟ ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ ଓ ମନ୍ତ୍ରୀମାନଙ୍କ ପାଇଁ ଉଦିଷ୍ଟ ଥିଲା । ମୁଁ ତା' ଭିତରୁ କେହି ନୁହେଁ । ତ ବସିବାର କ'ଣ ଆବଶ୍ୟକତା ଥିଲା କ୍ଷ"
ସୂଚନାଯୋଗ୍ୟ ଯେ ଜୟନାରାୟଣ ମିଶ୍ର ସମ୍ବଲପୁରର ୫ ଥରର ବିଧାୟକ ହୋଇଥିବା ବେଳେ ପୂର୍ବରୁ ବିଜେପି-ବିଜେଡି ମିଳିତ ସରକାରରେ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି କ୍ଷ ଗତ ନିର୍ବାଚନ ପୂର୍ବରୁ ସେ ବିରୋଧୀ ଦଳର ନେତାର ଦାୟିତ୍ୱ ନିଭାଇ ତତ୍କାଳୀନ ସରକାର ବିରୁଦ୍ଧରେ ଶାଣିତ ଆକ୍ରମଣ କରି ଆସୁଥିବା ବେଳେ ବିଜେପିର ଅସ୍ଥିତ୍ୱକୁ ଜାହିର କରି ଆସୁଥିଲେ କ୍ଷ ତେବେ ବିଜେପି କ୍ଷମତାକୁ ଆସିବା ପରେ ତାଙ୍କୁ ମନ୍ତ୍ରୀ ପଦ ଦିଆ ଯାଇନାହିଁ କ୍ଷ ଏହାକୁ ନେଇ ଜୟ ନାରାୟଣ ବିଭିନ୍ନ ସମୟରେ ନିଜର ଅସନ୍ତୋଷ ଜାହିର କରି ଆସୁଛନ୍ତି କ୍ଷ
Comments ସମସ୍ତ ମତାମତ