ମୁଖ୍ୟ ଖବର
ଭୁବନେଶ୍ବର: ଜି-୨୦ ସମ୍ମିଳନୀରେ ଭାରତ ପ୍ରଶଂସା ସାଉଣ୍ଟିଛି । ଏହାକୁ ନେଇ ଓଡିଶାରେ ଆରମ୍ଭ ହୋଇଛି ଏ-୨୦ ରାଜନୀତି। ନବୀନଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ବିଶ୍ୱ ଦରବାରରେ ଭାରତ ଏବେ ବିଶ୍ୱ ଗୁରୁ ସାଜିବାର ଦ୍ୱାର ଦେଶରେ ରହିଛି । ଦିଲ୍ଲୀରେ ଜି-୨୦ ସମ୍ମିଳନୀର ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ଓଡ଼ିଶାର କଳା, ଭାସ୍କର୍ୟ୍ୟର ପରିଚୟ ବିଶ୍ୱ ନେତାଙ୍କୁ ଅବଗତ କରାଇଥିଲେ । କୋଣାର୍କ ଚକ୍ର ବିଷୟରେ ପ୍ରାୟ ସବୁ ରାଷ୍ଟ୍ରମୁଖ୍ୟଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କୁ ଏହି ଐତିହ୍ୟ ସବୁକୁ ବୁଲିବୁଲି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଯାହାକି ଓଡ଼ିଶା ଅସ୍ମିତା ପାଇଁ ଗର୍ବ ଏବଂ ଗୌରବର ବିଷୟ । ତେବେ ଓଡ଼ିଶାର ଗର୍ବ ଆଉ ଗୌରବ ଯେତେବେଳେ ବିଶ୍ୱ ଦରବାରରେ ଝଲସୁଛି, ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ଧନ୍ୟବାଦଟିଏ ଜଣାଇଲେ ନାହିଁ।"
"ନବୀନ ବାବୁ ଧନ୍ୟବାଦ ନେଇ ଜାଣିଛନ୍ତି, କିନ୍ତୁ ଦେଇ ଜାଣନ୍ତି ନାହିଁ । ଜି-୨୦ ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ମୋଦିଜୀ ଅଗ୍ରାଧିକାର ଦେଇଥିଲେ ବି ନବୀନ ବାବୁ ଧନ୍ୟବାଦ ଦେଲେ ନାହିଁ । ଓଡ଼ିଆ ଖାଦ୍ୟପେୟ, ହସ୍ତଶିଳ୍ପ, ତାରକସୀ କାରୁକାର୍ୟ୍ୟ, ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଶାଢ଼ୀ ଆଦି ଜି-୨୦ ସମ୍ମିଳନୀରେ ସାମିଲ କରି ଓଡିଶାର ଗୈାରବକୁ ବିଶ୍ୱ ଦରବାରରେ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କଠାରୁ ନିମନ୍ତ୍ରଣ ପାଇ ମୁଖ୍ୟମନ୍ତ୍ରୀ ନଯିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାର ଦକ୍ଷତା ଓ ଯୋଗ୍ୟତା ନଥାଏ, ତା’ର ଇନ୍ଫେରିଅର କମ୍ପ୍ଲେକ୍ସ ଥାଏ । ଏହି ଐତିହାସିକ ଜି-୨୦ ଶିଖର ସମ୍ମିଳନୀରେ ଓଡିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି, ଏହା ଆମ ସମସ୍ତଙ୍କ ପାଇଁ ଗୈାରବର କଥା । ପ୍ରଥମ ଦିନରେ ସମ୍ବଲପୁରୀ ଡାଲଖାଇ ଗୀତରେ ବିଶ୍ୱ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।" ଏପରି କହି ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
Comments ସମସ୍ତ ମତାମତ