ମୁଖ୍ୟ ଖବର
ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଉଭୟ ଯୋଗ ଦେବେ।
ସେପଟେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଆସିବା ନେଇ କଟାକ୍ଷ କରିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି,"କପିଲ ଶର୍ମା କମେଡି ସୋ ଯେମିତି ରାହୁଲ ଗାନ୍ଧି ମଧ୍ୟ ଜଣେ କମେଡିଆନ ବା ଜୋକର। ତେଣୁ ଜଣେ ଜୋକର ଆସିଲେ କିଛି ପ୍ରଭାବ ପଡ଼ିବ ନାହିଁ। କଂଗ୍ରେସ ପାର୍ଟିର ଡାଇମେନସନ୍ କେମିତି ହେଲାଣି ସମସ୍ତେ ଦେଖୁଛନ୍ତି," ବୋଲି କହି ତାଛଲ୍ୟ କଲେ ଜୟନାରାୟଣ।ଜୟନାରାୟଣ କହିଛନ୍ତି,"କଂଗ୍ରେସ ଦଳ ଆଗାମୀ ଶତାବ୍ଦୀରେ ବି ଉଧେଇବାର ସମ୍ଭାବନା ନାହିଁ। ରାହୁଲଙ୍କୁ ବାର୍ତ୍ତା ଦେଇ ଆସେ କି ? ସେ କି ବାର୍ତ୍ତା ଦେବେ। ଟି-ସର୍ଟ ପିନ୍ଧିବା ବାର୍ତ୍ତା ଦେବେ କି ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ରାଜୀବଙ୍କ ପୁଅ, ରାଜୀବ ଇନ୍ଦିରା ଗାନ୍ଧିଙ୍କ ପୁଅ, ଇନ୍ଦିରା ଗାନ୍ଧି ନେହେରୁଙ୍କ ଝିଅ। ତେଣୁ ସେମାନେ ବଂଶାନୁକ୍ରମିକ ଭାବେ ଚାଲାଇଛନ୍ତି। ସେମାନେ ପାର୍ଟିକୁ ନିଜର ସମ୍ପତ୍ତି କରି ରଖିଛନ୍ତି। ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ ଶାସନ କାଳରେ ଯେଉଁ ସବୁ କାମ କରି ଯାଇଛନ୍ତି, କେହି କଂଗ୍ରେସକୁ ଗ୍ରହଣ କରିବେ ନାହିଁ। ସେମାନେ ପୁଣି ଶାସନକୁ ଆସିବେ ବୋଲି ଆଶା କରିବା ଭୁଲ। ସଶକ୍ତ ବିରୋଧୀ ଦଳ ରଖିବା ଦରକାର। କଂଗ୍ରେସ ଦେହରେ ନ୍ୟୁଟ୍ରିସନ ନାହିଁ। ଯଦି କଂଗ୍ରେସର ନ୍ୟୁଟ୍ରିସନ୍ ଦରକାର ତେବେ ଆମେ ଦେବୁ", ବୋଲି କହି ସମାଲୋଚନା କଲେ ଜୟନାରାୟଣ।
Comments ସମସ୍ତ ମତାମତ