Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଜାଣିଶୁଣି ବୁଝି ଅବୁଝା ହେଉଛ ପ୍ରଣବ ବାବୁ: ଜୟନାରାୟଣ ମିଶ୍ର

    Share on :
    ajab-Image
    Date: Nov 20, 2021    Views: 4445

    ଭୁବନେଶ୍ୱର: ଓଡ଼ିଆ ଝିଅ ମମିତା ମେହେର ବିଭତ୍ସ ହତ୍ୟା ଘଟଣାରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଟ୍ଵିଟ କରି ଶ୍ରୀ ମିଶ୍ର କହିଛନ୍ତି ଯେ ଧର୍ମେନ୍ଦ୍ର ଭାଇଙ୍କ ଭାଷଣକୁ ଜାଣିଶୁଣି ବୁଝି ଅବୁଝା ହେଉଛ ପ୍ରଣବ ବାବୁ। ତୁମ ଦଳ ଆଗରୁ କେଉଁ ତଥ୍ୟ ପ୍ରମାଣ ଆଧାରରେ ନେତା ମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଉଥିଲା ଏବଂ ସେହି ତଥ୍ୟ କିଏ ଦେଉଥିଲା ଓ କେଉଁ ଆଧାରରେ କାର୍ୟ୍ୟାନୁଷ୍ଠାନ ନିଆଯାଉଥିଲା ? ତାକୁ ସାର୍ବଜନୀନ କର ।

    ସେ ଆହୁରି କହିଛନ୍ତି ଯେ ଚୋର ମୁହଁ ଟାଣ । ତୁମ ପୋଲିସ ପ୍ରଶାସନ ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଅସମର୍ଥ ଅଛି, ସିବିଆଇକୁ ତଦନ୍ତ ଭାର ଦିଆଗଲେ ପ୍ରମାଣ ବି ସାମ୍ନାକୁ ଆସିବ ଏବଂ ଦୋଷୀ ବନ୍ଧା ବି ହେବ।  ରାଜ୍ୟବାସୀଙ୍କ ପକ୍ଷରୁ ଯେଉଁ ପ୍ରଶ୍ନ ପଚରା ଯାଉଛି ତାହାର ଉତ୍ତର ନ ଦେଇ ବାଉଳା କାହିଁକି ହେଉଛି ?

    ଭାରତୀୟ ଜନତା ପାର୍ଟି ଅତୀତରେ ଅନେକ ନୈତିକତାର ଉଦାହରଣ ଦେଇଛି । ତୁମେ ଜାଣିନାହଁ, ତୁମ ବାପା ସ୍ୱର୍ଗତ ଅଶୋକ ବାବୁ ଜାଣିଥିଲେ, ଆମ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ସାମାନ୍ୟ ଅଭିଯୋଗ ଭିତ୍ତିରେ ରାଜନୀତି ଇତିହାସରେ କଠୋର ନିଷ୍ପତି ନେଇଥିଲେ । ଏହାକୁ ଅନୁକରଣ କରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦଳରୁ ବହିଷ୍କାର କର ।

    ତମର ଆଇନ ମନ୍ତ୍ରୀ କ୍ରାଇମ୍ କରୁଛନ୍ତି । ରାଜ୍ୟରେ ପରୀ, ସୌମ୍ୟରଞ୍ଜନ ଓ ମମିତା ମେହେର ମାମଲାରେ ଦଳର ମନ୍ତ୍ରୀମାନେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ତା’ ପରେ ବି ସେମାନେ ମନ୍ତ୍ରୀ ପଦରେ ଅଛନ୍ତି ଏବଂ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ନୈତିକତାର ପାଠ ତୁମେ କାହାକୁ ପଢ଼ାଉଛ ?

    ତୁମେ ଗୋଟେ ଆଞ୍ଚଳିକ ଦଳ । ଉତ୍ତରପ୍ରଦେଶ କଥା ନ କହି ଓଡ଼ିଶା କଥା ବୁଝ । ତୁମ ଶାସନ କାଳରେ ପ୍ରତିଦିନ ୪ଟି ଧର୍ଷଣ, ୬ଟି ଅପହରଣ ଏବଂ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି । ଏହାର ନୈତିକ ଦାୟିତ୍ୱ କିଏ ନେବ ?

    ଶୁକ୍ରବାର ଅପରାହ୍ନରେ ବିଜେପିର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମମିତା ମେହେର କେସକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାର ପ୍ରତିବାଦରେ ପ୍ରଣବ ଦାସ ପ୍ରମାଣ ମାଗିଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook