Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଏସ୍‌ଏଚ୍‌ଜି ଦ୍ବାରା ଦୁର୍ନୀତି କରାଯାଉଛି: ଜୟନାରାୟଣ

    Share on :
    ajab-Image
    Date: Mar 12, 2023    Views: 3924

    ଭୁବନେଶ୍ବର : ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଟଙ୍କା ନେଇ ସୁଧ କାରବାର କରିବା ପ୍ରସଙ୍ଗରେ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ ରାଜ୍ୟ ସରକାର ଏସ୍‌ଏଚ୍‌ଜିକୁ ଦୁର୍ନୀତିଗ୍ରସ୍ତ କରିସାରିଲେଣି। ପୂର୍ବରୁ ସରକାରୀ କର୍ମଚାରୀଙ୍କ ସ୍ତରରେ ଯେଉଁ ଦୁର୍ନୀତି ଥିଲା, ତାକୁ ତଳ ସ୍ତରକୁ ନେଇ ଏସ୍‌ଏଚ୍‌ଜି ଦ୍ବାରା ଅନେକ ପ୍ରକାର ଦୁର୍ନୀତି କରାଯାଉଛି। ତେଣୁ ସୁଧ କାରବାର ସମ୍ପର୍କରେ ଷ୍ଟାଣ୍ଡିଂ କମିଟି ଦେଇଥିବା ରିପୋର୍ଟରେ ସତ୍ୟତା ରହିଛି।
    କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯେ କେନ୍ଦ୍ର ଯେତିକି ଟଙ୍କା ଦେଇଛି, ତାକୁ ଖର୍ଚ୍ଚ କରିପାରୁନାହାନ୍ତି। ସେଥିପାଇଁ ଗ୍ୟାସ୍ କଥା କହୁଛନ୍ତି। ୩ବର୍ଷରେ ବ୍ୟବହାର ନ ହୋଇ କେତେ ଟଙ୍କା ଫେରସ୍ତ ହୋଇଛି ? ରାଜ୍ୟରେ ଡ୍ରପ୍ ଆଉଟ୍‌, ଛାତ୍ରଛାତ୍ରୀ, ମାତୃ ଓ ଶିଶୁ ମୃତ୍ୟୁ ହାର ସବୁଠୁ ଅଧିକ ‌ବୋଲି ସେ କହିଛନ୍ତି।
    ତେବେ ଏସ୍‌ଏଚ୍‌ଜିଙ୍କ ଉପରେ ଜୟନାରାୟଣଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସାଂସଦ ସୁଲତା ଦେଓ। ଶ୍ରୀମତୀ ଦେଓ କହିଛନ୍ତି ଯେ ଏସ୍‌ଏଚ୍‌ଜିମାନେ ଟଙ୍କା ଖାଉଛନ୍ତି ବୋଲି କହି ବିରୋଧୀ ଦଳ ନେତା ରାଜ୍ୟର ଲକ୍ଷ ଲକ୍ଷ ମା’ମାନଙ୍କୁ ଅପମାନିତ କରିଛନ୍ତି। ଏସ୍‌ଏଚ୍‌ଜିଗୁଡ଼ିକର ସଫଳତା ଯୋଗୁଁ ଓଡ଼ିଶାକୁ ନିୟମିତଭାବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପୁରସ୍କାର ମିଳୁଛି। ମହିଳା ସଶକ୍ତୀକରଣର ଓଡ଼ିଶା ମଡେଲ ଆପଣାଇବା ପାଇଁ ଅନ୍ୟମାନେ ଓଡ଼ିଶା ଆସୁଛନ୍ତି ଓ ଏଠାରୁ ପ୍ରେରଣା ନେଇ ଫେରୁଛନ୍ତି। ଅଥଚ ଜୟନାରାୟଣ ବାବୁଙ୍କ ଆଖିକୁ ଏସବୁ ଦେଖାଯାଉନାହିଁ। ଦ୍ରୁତ ଗତିରେ ମାନସିକ ଭାରସାମ୍ୟ ଓ ସ୍ମୃତି ଶକ୍ତି ହରାଉଥିବା ଜୟନାରାୟଣ ବାବୁ ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ପ୍ରଥମେ ଏସ୍‌ଏଚ୍‌ଜି ମହିଳାମାନଙ୍କୁ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook