ମୁଖ୍ୟ ଖବର
ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ – ବିସିସିଆଇର ବର୍ତ୍ତମାନର ସମ୍ପାଦକ (ଅବୈତନିକ) ଜୟ ଶାହା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ – ଆଇସିସିର ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଶାହା ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ। ଚଳିତ ବର୍ଷ ଡିସେମ୍ବର ପହିଲାରେ ସେ ଏହି ପଦ ଗ୍ରହଣ କରିବେ।
ଆଇସିସିର ଅଧ୍ୟକ୍ଷ ପଦବୀ ପାଇଁ ୩୫ ବର୍ଷୀୟ ଶ୍ରୀ ଶାହା ସର୍ବକନିଷ୍ଠ ବୋଲି ଜଣାପଡିଛି। ଚଳିତ ମାସ ୨୦ ତାରିଖରେ ଆଇସିସିର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେ ତୃତୀୟ ଥର ପାଇଁ ଏହି ପଦବୀ ପାଇଁ ଆବେଦନ କରିବେ ନାହିଁ ଏବଂ ଚଳିତ ବର୍ଷ ନଭେମ୍ବରରେ ତାଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ଇସ୍ତଫା ଦେବେ ବୋଲି ଜଣାପଡିଥିଲା।
Comments ସମସ୍ତ ମତାମତ