Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜଗନ୍ନାଥଙ୍କ ଫଟୋ ଦେଖିଲେ କାନ୍ଦି ପକାନ୍ତି ନବୀନ

    Share on :
    ajab-Image
    Date: Dec 31, 2019    Views: 7083

    ଭୁବନେଶ୍ୱର : “ସେଦିନ ଥିଲା ୨୦୧୬ ମସିହା ଜାନୁଆରି ପହିଲା । ସବୁ ବର୍ଷ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆବର୍ଷ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ । ପଛରେ ମୁଁ ବସିଥିଲି । ଗୋଟିଏ କି ଦୁଇଟି ଜାଗାରେ ମୁଖ୍ୟମନ୍ତ୍ରୀ ହୋର୍ଡିଂରେ ଲାଗିଥିବା ମହାପ୍ରଭୁଙ୍କ ଫଟୋକୁ ନମସ୍କାର କରୁଥିବା ପୂର୍ବରୁ ମୁଁ ଦେଖିଥିଲି । ଭାବୁଥିଲି, ବୋଧହୁଏ ମହାପ୍ରଭୁଙ୍କ ଉପରେ ଆଖି ପଡିଯାଇଥିବ, ଏଣୁ ମୁଖ୍ୟମନ୍ତ୍ରୀ ପ୍ରଣାମ କରୁଛନ୍ତି । କିନ୍ତୁ ସେଦିନ ନିରେଖି ଦେଖିବା ପରେ ଜାଣିପାରିଲି ଯେ ଦୀର୍ଘ ୬୦ କିଲୋମିଟର ରାସ୍ତା କଡରେ ଯେଉଁଠି ଯେତେବେଳେ ମହାପ୍ରଭୁଙ୍କ ଫଟୋ ଦେଖୁଥିଲେ, ନମସ୍କାର କରୁଥିଲେ ମୁଖ୍ୟମନ୍ତ୍ରୀ । ଆଉ ଯେଉଁ ସମୟରେ ଶ୍ରୀମନ୍ଦିର ଭିତରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ କଲେ, ସେତେବେଳେ ମୁଁ ଲକ୍ଷ୍ୟ ରଖିଛି, ତାଙ୍କ ଆଖିରେ ଲୁହ ଜକାଇ ଆସିଥିଲା ।

    ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଚିଠା ନକ୍ସା ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ମହାପ୍ରଭୁଙ୍କ ମଧ୍ୟରେ ଥିବା ନିବିଡତା ଉପରୁ ଏଭଳି ପରଦା ଉଠାଇଛନ୍ତି ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ, ଗଣମାଧ୍ୟମ ସାମ୍ନାରେ ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ସେଦିନ ଶ୍ରୀମନ୍ଦିର ଭିତରେ ମୁଁ ଭିନ୍ନ ଏକ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଥିଲି । ଆଉ ସେଦିନ ବାହାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୁରୀ, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ କିଛି ଗୋଟାଏ କରିବାକୁ ପଡିବ । ଲୋକେ ବହୁତ ଖୁସି ହେବେ । ସେଇଠୁ ଆରମ୍ଭ ହୋଇଥିଲା ପୁରୀ ବିକାଶର ନକ୍ସା ପ୍ରସ୍ତୁତି । ପୁରୀ ବିକାଶକୁ ନେଇ କାହା ମନରେ କିଛି ବି ଦ୍ୱନ୍ଦ୍ୱ ରହିବା କଥା ନୁହେଁ, କାରଣ ବିକାଶର ନକସା ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହେଁ, ଶ୍ରୀଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ । ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ।

    ଶ୍ରୀ ପାଣ୍ଡିଆନ୍ କହିଥିଲେ ଯେ ସେବର୍ଷ ଜାନୁଆରି ପ୍ରଥମ ସପ୍ତାହରେ ପୁରୀକୁ ନୂଆ ଚେହେରା ଦେବା ଲାଗି ଯେତେବେଳେ ଯୋଜନା ହେଲା, ପ୍ରଥମେ ପୁରୀ ସହର ଉପରେ ଥିବା ବହୁ ପୁରାତନ ଜେଲ ସ୍ଥାନାନ୍ତରଣ କଥା ଉଠିଲା । ତକ୍ରାଳୀନ ଜେଲ ଏଡିଜି ଏହାକୁ ବିରୋଧ କଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଚାହିଁଲେ ପରିବର୍ତ୍ତନ ହେବ ଓ ମାତ୍ର ୧୫ମାସ ଭିତରେ ପୁରୀ ଜେଲ ସ୍ଥାନାନ୍ତରଣ ହେଲା । ସେବେ କେହି ଭାବିନଥିଲେ, କାହିଁକି ହଠାତ୍ ପୁରୀ ଜେଲ ସ୍ଥାନାନ୍ତରଣ ଆବଶ୍ୟକ ପଡିଲା । ସତ ହେଲା, ପୁରୀର ବିକାଶ ପାଇଁ ସେବାଠାରୁ ମୁଖ୍ୟମନ୍ତ୍ରୀ ସ୍ଥିର କରିସାରିଥିଲେ, ଯାହା ଏତେବାଟ ଆସିଛି ।
    ଉଲ୍ଲେଖ ଯୋଗ୍ୟ ଯେ ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି ପରେ ପୁରୀର ଧ୍ୱସ୍ତବିଧ୍ୱସ୍ତ ଚେହେରା ମୁଖ୍ୟମନ୍ତ୍ରୀଙ୍କୁ ବିଚଳିତ କରିଥିବା କଥା ସେ କହିଥିଲେ । ପୁରୀକୁ ବିଶ୍ୱର ଏକ ପ୍ରମୁଖ ଐତିହ୍ୟସ୍ଥଳରେ ପରିବର୍ତ୍ତନ କରିବା ସଂପର୍କରେ ତା ପରେ ଘୋଷଣା ହୋଇଥିଲା । ସୋମବାର ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କର ମହାପ୍ରଭୁଙ୍କ ପ୍ରତି ଭଲପାଇବା ସଂପର୍କରେ ଅବତାରଣା କରିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook