ମୁଖ୍ୟ ଖବର
ହାଟଡ଼ିହୀ : କେନ୍ଦୁଝର ଜିଲ୍ଲା ହାଟଡି଼ହୀ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ନିକଟରେ ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟର ପ୍ରଥମ ବାର୍ଷିକ ରାଷ୍ଟ୍ରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ଫାଉଣ୍ଡର ସୁରେଶ୍ୱରୀ ସାଗରୀକା ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ୟ୍ୟ ସମ୍ପନ୍ନ ହୋଇଥିଲା । ଭୁବନେଶ୍ୱର କିନ୍ନର ଆଖଡ଼ା ମହାମଣ୍ଡଳେସ୍ୱର ମୀରା ପରିଡା, ହାଟଡି଼ହୀ ସରପଞ୍ଚ ଅନସୂୟା ସେଠି, ପାହାଡ଼ ମଣିଷ ପଦ୍ମଶ୍ରୀ ଦୈତାରୀ ନାଏକ, ଭୁବନେଶ୍ୱର କ୍ଲାପ ଆଇନ ସେବା ପ୍ରାଧିକରଣ ସଭାପତି ଡ.ବିକାଶ ଦାସ, ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡ.ଶମ୍ଭୁନାଥ ରାଉତ, ଷ୍ଟାଲିନ ପରିଜା, ଅଭିମନ୍ୟୁ ଦାସ ସୁଶ୍ରୀ ଶୀତଲ ବସ୍ତିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯାଇ ମହୋତ୍ସବକୁ ଉଦଘାଟନ କରାଯାଇଥିଲା । ପରେ ଅତିଥି ପରିଚୟ କରାଯାଇ ସଭା ଆରମ୍ଭ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ଓଡିଶା ର ବିଭିନ୍ନ ଜିଲ୍ଲାର ସମାଜିକ, ସାଂସ୍କୃତିକ ସେବା, ପରିବେଶ, ଶିକ୍ଷା କ୍ଷେତ୍ରରେ ଅବଦାନ ଥିବା ଶହେ ରୁ ଉର୍ଦ୍ଧ ପ୍ରତିଭା ମାନଙ୍କୁ ଫାଉଣ୍ଡେସନ ତରଫରୁ ମାନପତ୍ର ଓ ଉପଢ଼ୋକନ ଦେଇ ପୁରସ୍କୃତ କରାଯାଇଥିଲା କ୍ଷ ବୈକୁଣ୍ଠନାଥ ଯୁବ ପରିଷଦ ର ସଭାପତି ଓ ସମସ୍ତ ମେମ୍ବର ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନ ରେ ସହଯୋଗ କରି ଥିଲେ। କାହ୍ନେଇ ଚରଣ ଓଝା, ବିଜୟ କୁମାର ଜେନା, ସନ୍ତୋଷ ଚକ୍ର, ଭାଗବାନ ସେଠୀ, ଚିତ୍ତରଞ୍ଜନ ମଲିକ ,ଦେବ ନାରାୟଣ ଦାଶ, ତ୍ରିଲୋଚନ ସେଠୀ, ଅନ୍ନଦା ଜେନା, ସୁନୀଲ କୁମାର ନାୟକ ଓ ଅନ୍ୟ ସଦସ୍ୟମାନେ କାର୍ୟ୍ୟକ୍ରମକୁ ସୂଚାରୂ ରୂପେ ପରିଚାଲନା କରିଥିଲେ।
ମନମୋହନ ନାୟକ
Comments ସମସ୍ତ ମତାମତ