Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବେ ବୁମରା

    Share on :
    ajab-Image
    Date: Apr 7, 2025    Views: 3271

    ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ଯଶପ୍ରୀତ ବୁମରା ସୋମବାର ଆନୁଷ୍ଠାନିକ ଭାବେ ଦଳରେ ଯୋଗେଦେବେ । ଏଥିସହ ୱାଙ୍ଖଡେ ଖେଳାଯିବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ବିପକ୍ଷ ଏହି ମ୍ୟାଚ ଖେଳିବାକୁ ଉପଲବ୍ଧ ମଧ୍ୟ ହେବେ । ରବିବାର ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସାମାଜିକ ଗଣମାଧ୍ୟମରେ ଏକ ଇଲେକ୍ଟ୍ରିଫାଇଙ୍ଗ ଭିଡିଓ ପୋଷ୍ଟ କରି ଏହି ବିଷୟରେ ସ୍ପଷ୍ଟ କରିଛି । ଏହାର ଶିରୋନାମାରେ ଲେଖିଛି, ‘ଗର୍ଜନ କରିବାକୁ ପ୍ରସ୍ତୁତ’ । ବିସିସିଆଇ ଉତକର୍ଷ କେନ୍ଦ୍ର ପକ୍ଷରୁ ତାଙ୍କୁ ଏଥିଲାଗି ସବୁଜ ସଙ୍କେତ ମିଳିବାପରେ ସେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବାକୁ ପୁରା ପ୍ରସ୍ତୁତ ଅଛନ୍ତି । ରବିବାର ନେଟ୍ସରେ ମଧ୍ୟ ସେ ବୋଲିଂ କରିଥିବା ଜଣାପଡ଼ିଛି । ଆହତ ଯୋଗୁଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ଖେଳି ନଥିବା ମୁମ୍ବାଇ ଇଣ୍ଡିଆନ୍ସ ଓପନର ରୋହିତ ଶର୍ମା ଆରସିବି ବିପକ୍ଷରେ ଉପଲବ୍ଧ ହେବେ । ରବିବାର ସେ ମଧ୍ୟ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରି ନିଜକୁ ପ୍ରମାଣିତ କରାଇଛନ୍ତି 

    Maximum 500 characters

    ଖେଳ ଖବର View all

    Find Us on Facebook