ମୁଖ୍ୟ ଖବର
ନୂଆଦିଲ୍ଲୀ:କ୍ରିକେଟର ବାଇବେଲ ଭାବେ ପରିଚିତ ‘ୱିସ୍ଡେନ୍ କ୍ରିକେଟର୍ସ ଆଲମ୍ନାକ’ପତି୍ରକାର ୨୦୨୪ ସଂସ୍କରଣ ଆଜି ପ୍ରକାଶିତ ହୋଇଛି । ପୁରୁଷରେ ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଏବଂ ମହିଳାରେ ଓପନିଂ ବ୍ୟାଟର ସୃତି ମନ୍ଧନା ବିଶ୍ୱର ଶେଷ୍ଠ ପୁରସ୍କାର ପାଇଛନ୍ତି । ସେହିପରି ୱେଷ୍ଟଇଣ୍ଟିଜର ନିକୋଲସ ପୂରଣ ଶେଷ୍ଠ୍ର ଟି-ଟ୍ୱେଣ୍ଟି ପୁରସ୍କାର ମିଳିଛି । ୨୦୨୪ରେ ବୁମରାଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଥିଲା । ସେ ଟେଷ୍ଟର ପ୍ରଥମ ବୋଲର ଭାବେ ୨୦ରୁ କମ ଆଭରେଜ୍ରେ ୨୦୦ ୱିକେଟ ନେବାରେ ସଫଳ ହୋଇଥିଲେ । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ସେ ୫ଟି ମ୍ୟାଚ ଖେଳି ୧୩.୦୬ ଆଭରେଜ୍ରେ ୩୨ଟି ୱେକେଟ୍ ନେବାରେ ସଫଳ ହୋଇଥିଲେ । ବୁମରା ଟେଷ୍ଟରେ ୪୫ଟିି ମ୍ୟାଚ ଖେଳି ୨୦୫ଟି ଓି୍ୱକେଟ୍ ନେଇଥିବାବେଳେ ୮୯ଟି ଦିନିକିଆରୁ ୧୬୯ଟି ଏବଂ ୭୦ଟି ଟି-ଟ୍ୱେଣ୍ଟିରୁ ୮୯ୱକେଟ୍ ଅକ୍ତିଆର କରି ସାରିଛନ୍ତି । ଅନ୍ୟ ପଟରେ ମନ୍ଧନା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩ଟି ଯାକ ଫର୍ମାଟରେ ମୋଟ ୧୬୫୯ରନ୍ ସଂଗ୍ରହ କରିବା ସହ ଏକ ରେକର୍ଡ ସ୍ଥାପନ କରିଥିଲେ । ଦିନିକିଆରେ ସେ ୪ଟି ଶତକ ଏବଂ ଟେଷ୍ଟରେ ଗୋଟିଏ ଶତକ ଅର୍ଜନ କରିଥିଲେ । ଗତ ବର୍ଷ ଜୁନ ମାସରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟରେ ମନ୍ଧନା ୧୪୯ରନ୍ର ଜବରଦସ୍ତ ଇନିଂସ ଖେଳିଥିଲେ । ସେହିପରି ପୂରନ ଗତ ବର୍ଷ ୨୧ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୧୪୨.୩୩ ଷ୍ଟ୍ରାଇକ ରେଟ୍ରେ ମୋଟ ୪୬୪ ରନ୍ ସଂଗ୍ରହ କରିଥିଲେ ।
Comments ସମସ୍ତ ମତାମତ