Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜନ୍ତର ମନ୍ତରରେ ପ୍ରଦର୍ଶନ ମନା: ଦିଲ୍ଲୀରେ ବିକ୍ଷୋଭ ପାଇଁ ୩ଟି ନୂଆ ସ୍ଥାନ ଚିହ୍ନଟ

    Share on :
    ajab-Image
    Date: Oct 12, 2026    Views: 2415

    ନୂଆଦିଲ୍ଲୀ:ଦେଶର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦିଲ୍ଲୀ ପୁଲିସ ୩ଟି ନୂଆ ସ୍ଥାନ ନିର୍ଦ୍ଧାରିତ କରିଛି। ଏଗୁଡ଼ିକ ହେଲା— ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି (CBD) ମୈଦାନ। ଏଥିସହିତ ଜନ୍ତର ମନ୍ତରକୁ ପ୍ରଦର୍ଶନ ସ୍ଥଳ ଭାବେ ଦିଆଯାଇଥିବା ମାନ୍ୟତାକୁ ରଦ୍ଦ କରାଯାଇଛି।

    ନାଗରିକମାନଙ୍କ ଆନ୍ଦୋଳନ କରିବାର ସାମ୍ବିଧାନିକ ଅଧିକାରକୁ ଦୃଷ୍ଟିରେ ରଖି ବିକଳ୍ପ ସ୍ଥାନ ଚୟନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଗଠିତ ଏକ କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ୩ଟି ନୂଆ ସ୍ଥାନରେ ପ୍ରଦର୍ଶନ ଆୟୋଜନ କରିବା ପାଇଁ ଦିଲ୍ଲୀ ପୁଲିସ ଶୀଘ୍ର ପୃଥକ ଭାବେ ନୂତନ ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର’ (SOP) ଜାରି କରିବ।

    ଦିଲ୍ଲୀର ୩ଟି ନୂତନ ପ୍ରଦର୍ଶନ ସ୍ଥଳ:
    ୧. ରାମଲୀଳା ମୈଦାନ

    ୨. ବୁରାଡ଼ି ମୈଦାନ

    ୩. ସିବିଡି ମୈଦାନ, ପୂର୍ବ ଦିଲ୍ଲୀ

    ବିରୋଧୀ ଦଳ, ସିଜେପି ଭଳିସଂଗଠନ ଏବଂ ଆଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA) ଓ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ଭଳି ଛାତ୍ର ସଂଗଠନଗୁଡ଼ିକ ଜନ୍ତର ମନ୍ତର ନିକଟରେ ବିକ୍ଷୋଭ ଓ ପଦଯାତ୍ରା ପାଇଁ ଯୋଜନା କରୁଥିବା ସମୟରେ ଏହି ନିଷ୍ପତ୍ତି ଆସିଛି।

    ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି, କଂଗ୍ରେସ ଏବଂ ‘ଇଣ୍ଡିଆ’ (INDIA) ମେଣ୍ଟର ଅନ୍ୟ ଦଳଗୁଡ଼ିକ ଦ୍ୱାରା ଚାଲିଥିବା ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ପାଲଟିଥିଲା ଜନ୍ତର ମନ୍ତର। ଗତ ଜୁନ୍ ମାସରୁ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ନେତୃତ୍ୱରେ ପରୀକ୍ଷା ଅନିୟମିତତାକୁ ନେଇ ଆରମ୍ଭ ହୋଇଥିବା ଯୁବ ଆନ୍ଦୋଳନ କାରଣରୁ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook