ମୁଖ୍ୟ ଖବର
ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ପ୍ରାପ୍ତବୟସ୍କଙ୍କ ବ୍ୟାଙ୍କ ଖାତା ଖୋଲିବା ଲାଗି ଆରମ୍ଭ କରାଯାଇଥିବା ଅଭିଯାନ ଜନଧନ ଯୋଜନା ୯ ବର୍ଷ ପୂରଣ କରିଛି। ଯେଉଁମାନେ ଏହି ସ୍କିମ୍ ଦ୍ବାରା ଉପକୃତ ହୋଇଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିବା ବେଳେ ଯେଉଁମାନେ ଏହାକୁ ସଫଳ କରିଛନ୍ତି ସେମାନଙ୍କୁ ସେ ପ୍ରଶଂସା କରିଛନ୍ତି। ଇତି ମଧ୍ୟରେ ୫୦ କୋଟିରୁ ଅଧିକ ଲୋକଙ୍କ ଜନ ଧନ ଖାତା ଖୋଲାଯାଇଥିବା ବେଳେ ସେହି ଖାତାଗୁଡ଼ିକରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା ରାଶି ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ କହିଛନ୍ତିରେ ୫୫.୫ ପ୍ରତିଶତ ଜନ ଧନ ଖାତାକୁ ମହିଳାମାନେ ଖୋଲିଥିବା ବେଳେ ୬୭ ପ୍ରତିଶତ ଖାତା ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳରେ ଖୋଲାଯାଇଛି।
୨୦୧୫ ମାର୍ଚ୍ଚରେ ଜନ ଧନ ଖାତା ସଂଖ୍ୟା ୧୪.୭୨ କୋଟି ଥିଲା। ୨୦୨୩ ଅଗଷ୍ଟ ୧୬ ସୁଦ୍ଧା ସେହି ସଂଖ୍ୟା ୫୦.୦୯ କୋଟିକୁ ବୃଦ୍ଧି ପାଇଛି। ସେହି ସମୟର ଜନଧନ ଖାତାର ଜମାରାଶି ପରିମାଣ ୧୫,୬୭୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨.୦୩ ଲକ୍ଷ କୋଟି ଟଙ୍କା ହୋଇଛି। ଖାତାରେ ହାରାହାରି ଜମାରାଶି ପରିମାଣ ଏହି ସମୟରେ ୧୦୬୫ ଟଙ୍କାରୁ ବୃଦ୍ଧି ପାଇ ୪୦୬୩ ଟଙ୍କା ହୋଇଛି। ଏହି ସମୟରେ ଜିରୋ ବାଲାନ୍ସ ଖାତା ହାର ୫୮%ରୁ ହ୍ରାସ ପାଇ ୮ ପ୍ରତିଶତ ହୋଇଛି। ୨୦୧୪ ଅଗଷ୍ଟ ୨୮ରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ ହୋଇଥିଲା।
Comments ସମସ୍ତ ମତାମତ