Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନାବାଳିକା ଗଣଦୁଷ୍କର୍ମ ଘଟଣା; ମୁଖ୍ୟ ଅଭିଯୁକ୍ତକୁ ୨୫ ବର୍ଷର ଜେଲ ଦଣ୍ଡାଦେଶ

    Share on :
    ajab-Image
    Date: Nov 11, 2026    Views: 3022

    କେନ୍ଦ୍ରାପଡା: ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ । କେନ୍ଦ୍ରାପଡା ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଅତିରିକ୍ତ ଦୌରାଜଜ୍ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଶୁଣାଇଲେ ଦଣ୍ଡାଦେଶ । ପୂର୍ବରୁ ଚଳିତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ଜଣେ ଅଭିଯୁକ୍ତକୁ ସମାନ ଦଣ୍ଡାଦେଶ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଘଟଣାର ଅନ୍ୟତମ ଅଭିଯୁକ୍ତ ଫେରାର ରହିଥିବା କହିଛନ୍ତି ସରକାରୀ ଓକିଲ ନେହେରୁ କୁମାର ସାହୁ ।
    ଗତ ୨୦୨୩ ମସିହା ସେପ୍ଟେମ୍ବର ମାସ ୧୧ ତାରିଖରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନରେ ଜଣେ ପୀଡ଼ିତା ୬ ମାସର ଗର୍ଭବତୀ ଥିବା ଅବସ୍ଥାରେ ଥାନାରେ ପହଞ୍ଚି ଗଣଦୁଷ୍କର୍ମ ହୋଇଥିବା ଲିଖିତ ଅଭିଯୋଗ କରିଥିଲେ । ସେହିବର୍ଷ ମାର୍ଚ୍ଚ ମାସରେ ପୀଡ଼ିତା ନାବାଳିକା ଜଣଙ୍କ ସ୍ଥାନୀୟ ବାବର ବଜାରକୁ ସଉଦା ପାଇଁ ଯାଇ ଫେରୁଥିବା ସନ୍ଧ୍ୟା ସମୟରେ ଏଭଳି ଲୋମ ହର୍ଷଣକାରୀ ଗଣଦୁଷ୍କର୍ମ ଘଟିଥିଲା ଏତଲାରେ ଦର୍ଶାଇଥିଲେ । ଏତଲା ମୁତାବକ, ସଂକୃପା ମାଛ ଖଟି ନିକଟରେ ନାବାଳିକାଙ୍କୁ ମୁଖ୍ୟ ଅଭିଯୁକ୍ତ ତଥା ଆଜି ସଜ୍ଜା ପାଇଥିବା ଅର୍ଜ୍ଜୁନ ସେଠୀ ବାଟରେ ଅଟକାଇଥିଲେ ।

    ପରେ ଅର୍ଜ୍ଜୁନ ଓ ଅନ୍ୟ ଦୁଇ ଅଭିଯୁକ୍ତ ଗୌରାଙ୍ଗ ସେଠୀ ଓ ଜଳଧର ସେଠୀଙ୍କ ସହ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହି କଥା କାହାରିକୁ କହିଲେ ପୁରା ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ତିନି ଅଭିଯୁକ୍ତ । ଭୟରେ ପୀଡ଼ିତା ଜଣଙ୍କ ଏନେଇ କାହାରିକୁ କିଛି ଜଣାଇ ନଥିବା ବେଳେ ସେପ୍ଟେମ୍ବର ୯ ତାରିଖ ଦିନ ପୀଡ଼ିତା ଜଣଙ୍କ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନେବା ବେଳକୁ ସେ ୬ ମାସର ଗର୍ଭବତୀ ବୋଲି ଜଣାପଡିଥିଲା ।

    ପରେ ପୀଡ଼ିତାଙ୍କ ମା ଏନେଇ ପଚାରିବାରୁ ପୀଡ଼ିତା ଜଣଙ୍କ ସମସ୍ତ କଥା କହିଥିଲେ । ସେପ୍ଟେମ୍ବର ୯ ତାରିଖ ସନ୍ଧ୍ୟାରେ ପୀଡ଼ିତାଙ୍କ ମା' ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ପୋଲିସ୍ ଏକ ଟିମ୍ ଗଢି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ୫୫ ବର୍ଷୀୟ ଗୌରାଙ୍ଗକୁ ଗିରଫ କରିଥିଲା । ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ପରବର୍ତ୍ତୀ ସମୟରେ ଅର୍ଜ୍ଜୁନକୁ ପୋଲିସ୍ ଧରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘଟଣାର ଅନ୍ୟତମ ଅଭିଯୁକ୍ତ ଜଳଧର ସେଠୀ ଫେରାର ରହିଛି ।ପୂର୍ବରୁ ଗୌରାଙ୍ଗକୁ ୨୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ସଜ୍ଜା ହୋଇଥିବା ବେଳେ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଜ୍ଜୁନକୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି ।ଏହି ମାମଲାର ଶୁଣାଣି କରି ବିଚାରପତି ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ DLSA ସେକ୍ରେଟାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
    ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ଏହି ଘଟଣାରେ ମୋଟ ୧୭ ଜଣଙ୍କ ସାକ୍ଷ୍ୟ ରେକର୍ଡ କରାଯାଇଥିଲା । ଏନେଇ ପ୍ରତିକ୍ରିୟା ରଖି ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ସରକାରୀ ଓକିଲ ନେହେରୁ କୁମାର ସାହୁ କୁହନ୍ତି, "ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଜ୍ଞା ପରମିତା ରାଉଳଙ୍କ କୋର୍ଟରେ GR ନମ୍ବର ୭୩/୨୩, ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଅର୍ଜ୍ଜୁନ ସେଠୀ ନାମକ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସେକ୍ସନ ୬,ପୋକ୍ସୋ ଆକ୍ଟରେ ୨୫ ବର୍ଷର ବର୍ଷର ସଜା ହେଇଛି । ଏଥିସହିତ ତାଙ୍କୁ ୫୦ ହଜାର ଟଙ୍କା ଫାଇନ ମଧ୍ୟ କରାଯାଇଛି, ଯଦି ଅନାଦେୟ ବା ଫାଇନ ନ ଦିଏ ତାହାଲେ ୧ ବର୍ଷ ଅଧିକ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ପୂର୍ବରୁ ଜଣେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କେସ ନମ୍ବର ୪୮୧/୨୩, ୯/୯/୨୦୨୩ ମସିହାରେ ଏହି ଲୋମ ହର୍ଷଣକାରୀ ଘଟଣା ଘଟିଥିଲା ।"

    Maximum 500 characters

    ରାଜ୍ୟ ଖବର View all

    Find Us on Facebook