Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ରାକେଟ୍ ମାମଲାରେ ୫ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

    Share on :
    ajab-Image
    Date: Sep 20, 2026    Views: 3668

    ଗଞ୍ଜାମ ଜିଲ୍ଲାରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅର୍ଥ କାରବାର ଓ ଠକେଇ ମାମଲାରେ ଖଲ୍ଲିକୋଟ ଜେଏମ୍ଏଫସି ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି -ସୁଶାନ୍ତ ସାହୁ, ସୁଦାମ ପାତ୍ର, ପବିତ୍ର ସାହୁ, ବିମଳ କୁମାର ସାହୁ ଓ ପ୍ରଦୀପ ଦାସ। ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୮(୨)/୩(୫) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

    ସୂଚନା ଅନୁଯାୟୀ, ବେଗୁନିଆପଡ଼ା ଥାନାରେ  ମ୍ୟୁଲ ଆକାଉଣ୍ଟ ମାଧ୍ୟମରେ ଠକେଇ  ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ଯୁବକମାନଙ୍କୁ ମାଗଣା ଭ୍ରମଣ ସୁଯୋଗ ଓ ଆର୍ଥିକ ଲାଭର ପ୍ରଲୋଭନ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରବର୍ତ୍ତାଉଥିଲେ। ପରେ ସେମାନଙ୍କଠାରୁ ଏଟିଏମ୍ କାର୍ଡ, ପାସବୁକ୍ ଓ ଅନ୍ୟାନ୍ୟ ବ୍ୟକ୍ତିଗତ କାଗଜପତ୍ର ନେଇ ସେହି ଆକାଉଣ୍ଟଗୁଡ଼ିକୁ ମ୍ୟୁଲ୍ ଆକାଉଣ୍ଟ ଭାବେ ବ୍ୟବହାର କରି ଟଙ୍କା କାରବାର ପାଇଁ ବ୍ୟବହାର କରୁଥିଲେ।

    ପୁରୁଷୋତ୍ତମପୁର ଏସଡିପିଓ ଶ୍ରୀ ଏସ୍‌.କେ. ନାୟକଙ୍କ ତତ୍ତ୍ୱାବଧାନରେ ବେଗୁନିଆପଡ଼ା ପୋଲିସ ଏହି ମାମଲାର ତଦନ୍ତ କରିଥିଲା। ତଦନ୍ତ ସମୟରେ ବିଭିନ୍ନ ବ୍ୟାଙ୍କରୁ ଆକାଉଣ୍ଟ ଓ ଟଙ୍କା କାରବାର ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହାସହ ମୋବାଇଲ୍ ଫୋନ୍, ଲାପଟପ୍, ଏଟିଏମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ, ଚେକ୍‌ବୁକ୍ ଓ ହୋଟେଲ୍ ବିଲ୍ ଆଦି ଜବତ କରାଯାଇଥିଲା।  

    ଏହି ମାମଲାରେ ଅଦାଲତ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି  ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୩୧୮(୨)/୩(୫) ଅନୁଯାୟୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। 

    ବ୍ୟାଙ୍କ ଆକାଉଣ୍ଟର ଦୁରୁପଯୋଗ, ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଅର୍ଥ କାରବାର ଓ ଆର୍ଥିକ ଠକେଇ ବିରୋଧରେ ଓଡ଼ିଶା ପୋଲିସର ଆଇନଗତ କାର୍ଯ୍ୟାନୁଷ୍ଠାନ ଅବ୍ୟାହତ ରହିଛି। ଏପରି ଅପରାଧରେ ଜଡ଼ିତ ବ୍ୟକ୍ତି ଓ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରୁଥିବା ନେଟୱର୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ଜାରି ରହିବ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook