ମୁଖ୍ୟ ଖବର
ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ ଗାଳି ଗୁଲଜ, ଦୁର୍ବ୍ୟବହାର ଏବଂ ପୋଲିସକୁ ଆକ୍ରମଣ ଅଭିଯୋଗ ପରେ ପୋଲିସ ପ୍ରଥମେ ଭାଇରାଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠାଇ ଆଣିଥିଲା।
ଥାନାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଆଜି ପୂର୍ବାହ୍ନରେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ସେପଟେ ଜନପ୍ରତିନିଧିଙ୍କୁ ଆକ୍ରମଣ କରାଯିବା ନିନ୍ଦନୀୟ ବୋଲି ଜିଲ୍ଲା ସରପଞ୍ଚ ସଂଘ କହିଥିବା ବେଳେ ଚାମେଲିଙ୍କୁ ନ୍ୟାୟ ଦାବିରେ ମହାକାଳପଡା ଥାନା ଆଗରେ କଂଗ୍ରେସ ଧାରଣା ଦେଇଛି।
Comments ସମସ୍ତ ମତାମତ