ମୁଖ୍ୟ ଖବର
ବାରିପଦା : ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା ଏବଂ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାରେ ବାରିପଦା ସ୍ଥିତ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିଚାରପତି ସନ୍ତୋଷ କୁମାର ନାୟକ ଏହି ମାମଲାର ବିଚାର କରି ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୫ବର୍ଷ ଲେଖାଏଁ କାରାଦଣ୍ଡ ଓ ୫ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଏବଂ ଅନାଦେୟ ୨ବର୍ଷ ଲେଖାଏଁ ଅଧିକ ସଶ୍ରମ କାରାଦଣ୍ଡ କରିଛନ୍ତି। ଅଭିଯୁକ୍ତ ୨ ଜଣ ହେଲେ ବାଲେଶ୍ୱର ଜିଲ୍ଲା କୁଣ୍ଡିଆ ଗ୍ରାମର ଦିନେଶ କୁମାର ପାତ୍ର (୨୫) ଏବଂ ଅନ୍ୟ ଜଣେ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ଜଡ଼ିଦା ଅଞ୍ଚଳର ଜୟକୃଷ୍ଣ ବେହେରା (୨୭)।
ଗତ ୨୦୨୧ ମସିହାରେ ଜଣେ ନାବାଳିକାଙ୍କ ସହିତ ଅନୈତିକ ସମ୍ପର୍କ ସହ ତାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିବା ମାମଲାରେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବୈଶିଙ୍ଗା ଥାନା ପୋଲିସ। ଉକ୍ତ ମାମଲାରେ ୨୦ ଜଣ ସାକ୍ଷୀଙ୍କ ବୟାନ ସହିତ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତିକରି ଜଜ୍ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାକୁ ପି.ପି. ପ୍ରଭାତ କୁମାର ବେହେରା ପରିଚାଳନା କରୁଥିଲେ।
Comments ସମସ୍ତ ମତାମତ