Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଛାତ୍ରୀଙ୍କୁ ଅସଦାଚରଣ: ଜେଲ୍‌ ଗଲେ ପ୍ରଧାନ ଶିକ୍ଷକ

    Share on :
    ajab-Image
    Date: Apr 27, 2026    Views: 3160

    ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ସେବାଶ୍ରମର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ସୁକାନ୍ତ ଷଡ଼ଙ୍ଗୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗତକାଲି ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ରପୁଟ ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ପୀଡିତା ଛାତ୍ରୀ ଓ ତାଙ୍କ ପରିବାର ଲୋକ ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଏସ୍‌ଡିପିଓ ତେନ୍ତୁଳିଖୁଣ୍ଟି ଥାନାକୁ ପଠାଇଥିଲେ। ଥାନାରେ ମାମଲା ରୁଜୁ କରାଯାଇଛି।

    ରବିବାର ସନ୍ଧ୍ୟାରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ ଷଡ଼ଙ୍ଗୀଙ୍କୁ ଜେରା କରିବାପରେ ଗିରଫ କରି ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ସଂପୃକ୍ତ ଛାତ୍ରୀଙ୍କୁ ଶିଶୁ ମଙ୍ଗଳ କମିଟିରେ ହାଜର କରିବା ସହ ଘଟଣାର ତଦନ୍ତ କରାଯାଇଥିଲା। ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଥିବା ଜଣାଯାଇଛି। ଏହାର ତଦନ୍ତ ଅଧିକାରୀ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଜଣେ ମହିଳା ଇନ୍‌ସପେକ୍ଟର ରହିଛନ୍ତି ବୋଲି ଏସ୍‌ଡିପିଓ ଶ୍ରୀ ଭତ୍ରା ସୂଚନା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook