Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦ.କୋରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡାଦେଶ

    Share on :
    ajab-Image
    Date: Feb 20, 2026    Views: 3045

    ସିଓଲ: ଦେଶରେ ସାମରିକ ଶାସନ ଲାଗୁ ଉଦ୍ୟମ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ ଅଦାଲତ ଗୁରୁବାର ପୂର୍ବତନ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟିଓଲଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୨୦୨୪ ଡିସେମ୍ବର ୩ରେ ତତ୍କାଳୀନ ରାଷ୍ଟ୍ରପତି ୟୁନ୍‌ ଜାତୀୟ ଟେଲିଭିଜନରେ ସାମରିକ ଶାସନ ଲାଗୁ ସମ୍ପର୍କରେ ଘୋଷଣା କରିଥିଲେ। ଅବଶ୍ୟ ୟୁନ୍‌ଙ୍କ ଏହି ଘୋଷଣାର ୬ ଘଣ୍ଟା ମଧ୍ୟରେ ନ୍ୟାସନାଲ ଆସେମ୍ବ୍ଲିରେ ଜରୁରୀ ଭୋଟିଂ କରାଯାଇ ଏହି ନିଷ୍ପତ୍ତି ବେଆଇନ ଘୋଷିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ୟୁନ୍‌ ଗିରଫ ହେବା ସହିତ ରାଷ୍ଟ୍ରପତି ଆସନରୁ ବିତାଡିତ ହୋଇଥିଲେ। ତାଙ୍କ ବିରୋଧରେ ଏକାଧିକ ମାମଲା ମଧ୍ୟ ରୁୁଜୁ ହୋଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook