Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଟକ ଚୌଦ୍ବାର ଜେଲ୍‌ରେ ଚଢ଼ାଉ

    Share on :
    ajab-Image
    Date: Dec 27, 2025    Views: 2989

    କଟକ: କଟକ ଚୌଦ୍ବାର ଜେଲକୁ ଡିସିପିଙ୍କ ସରପ୍ରାଇଜ ଭିଜିଟ୍ । ଡିସିପି ଋଷିକେଶ ଖିଲାରିଙ୍କ ସହ ଆଡିସନାଲ ଏସପି ମୀନାକ୍ଷୀ ଠାକୁର, ଜିଲ୍ଲା ଜଜ୍ ମାନସ ରଞ୍ଜନ ବାରିକ ଜେଲ୍ ପରିଦର୍ଶନ କରି ସୁପରିଚାଳନାର ତଦାରଖ କରୁଛନ୍ତି। ଜେଲ୍‌ର ବାତାବରଣ, କଏଦୀଙ୍କ ସୁରକ୍ଷାର ସମୀକ୍ଷା କରିଛନ୍ତି । ଗତ ଅକ୍ଟୋବରରେ ଚୌଦ୍ବାର ଜେଲରୁ ଦୁଇ କଏଦୀଙ୍କ ଚମ୍ପଟ ପରେ ଜେଲ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
    ଏବେବି ପୁଲିସ ଚମ୍ପଟ କଏଦୀଙ୍କ ପତ୍ତା ପାଇପାରିନାହିଁ । କୁହାଯାଉଛି ଯେ, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ନେପାଳ ପଳାୟନ କରିଛନ୍ତି । ଚୌଦ୍ବାର ଜେଲ୍‌ରୁ ଦୁଇ କଏଦୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର ହେବା ପରେ ଜେଲ୍ ଭିତରର ଅନେକ କାର୍ୟ୍ୟକଳାପ ସନ୍ଦେହ ଘେରକୁ ଆସିଥିଲା । କଏଦୀ ଫେରାର ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହା ପରେ ଜଣେ କଏଦୀ ଆତ୍ମହତ୍ୟା କରିଥିଲେ । ଏ ଘଟଣାରେ ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜେଲରଙ୍କୁ ବଦଳି କରାଯାଇଥିଲା । କେବଳ ଚୌଦ୍ବାର ନୁହେଁ, ବାଲେଶ୍ବର ଜିଲ୍ଲା ସୋର ସବ୍‌-ଜେଲରେ ଜଣେ ବନ୍ଦୀ କଏଦୀ ଫେରାର ହୋଇଯାଇଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook