ମୁଖ୍ୟ ଖବର
ନୂଆଦିଲ୍ଲୀ; ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କି ଅନ୍ୟ କିଛି କାରଣ ଅନେକ ସମୟରେ ଦେଖିବାକୁ ମିଳେ କି କ୍ଷତିପୂରଣ ଦାବି କରି ବିକ୍ଷୋଭ ପ୍ରଦର୍ଶନ ହୋଇଥାଏ । ରାସ୍ତା ବନ୍ଦ ହେବାରୁ ଲୋକଙ୍କୁ ଟ୍ରାଫିକ୍ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଗାଡ଼ି ମୋଟର ଅଟକି ରୁହେ । ନାହିଁ ନଥିବା ସମସ୍ୟା ଉପୁଜିଥାଏ । ଏଣକି ରାସ୍ତାରେ ମୃତଦେହ ରଖି ବିକ୍ଷୋଭ କଲେ ଜେଲ୍ ଯିବାକୁ ପଡିପାରେ । ଏ ନେଇ ରାଜସ୍ଥାନ ସରକାର କଡ଼ା ନିୟମ ଆଣିଛନ୍ତି । ଶବ ଧରି ସଡ଼କ ଜାମ କଲେ ୫ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ରାଜସ୍ଥାନରେ ମୃତଦେହ ସମ୍ମାନ ଅଧିନିୟମ ଲାଗୁ ହୋଇଛି । ଏଣିକି ରାସ୍ତାରେ ଶବ ରଖି ପ୍ରତିବାଦ କରିବାକୁ ଆଇନଗତ ଅପରାଧ ଭାବେ ବିବେଚନା କରାଯିବ ।
ରାଜସ୍ଥାନରେ ଏବେ ମୃତଦେହକୁ ରଖି ବିକ୍ଷୋଭ ପ୍ରଦର୍ଶନ, ରାଜନୀତି ଓ ବିନା କାରଣରେ ଅନ୍ତିମ ସଂସ୍କାରକୁ ବିଳମ୍ବ କରିବା ମହଙ୍ଗା ପଡିପାରେ । ରାଜ୍ୟରେ ଲାଗୁ ହୋଇଛି 'ମୃତ ଶରୀର ସମ୍ମାନ ଆଇନ 'ଲାଗୁ ହୋଇଛି । ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାସ୍ତାରେ କିମ୍ବା କୌଣସି ସାର୍ବଜନୀନ ସ୍ଥାନରେ ମୃତଦେହ ରଖି ପ୍ରଦର୍ଶନ, ପ୍ରତିବାଦ କିମ୍ବା ଚାପ ସୃଷ୍ଟି କରିବା ଏବେ ଏକ ଫୌଜଦାରୀ ଅପରାଧ ଭାବରେ ବିବେଚନା କରାଯିବ। ଏପରି କ୍ଷେତ୍ରରେ, ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୬ ମାସରୁ ୫ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ମୃତକଙ୍କ ପରିବାରର ସଦସ୍ୟଙ୍କ ପାଇଁ ୨ ବର୍ଷ ପର୍ୟ୍ୟନ୍ତ ଦଣ୍ଡ ବ୍ୟବସ୍ଥା ରହିଚି । ଏହା ବ୍ୟତୀତ ହସ୍ପିଟାଲଗୁଡ଼ିକ ଆଉ ବକେୟା ବିଲ୍ ଆଧାରରେ ମୃତଦେହକୁ ଅଟକାଇ ପାରିବେ ନାହିଁ, ଯାହା ମୃତକଙ୍କ ସମ୍ମାନକୁ ସୁରକ୍ଷିତ ରଖିବ ।
ରାଜ୍ୟରେ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ୨୪ ଘଣ୍ଟା ମଧ୍ୟରେ ଅନ୍ତିମ ସଂସ୍କାର ବାଧ୍ୟତାମୂଳକ କରାଯାଇଛି । ଯଦି ମୃତ ଶରୀର ରଖି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଏ କିମ୍ବା ଅଜଥାରେ ଭିଡ଼ ସୃଷ୍ଟି କରାଯାଏ ତେବେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ । ୨୦୨୩ ଜୁଲାଇ ୨୦ରେ ଅଶୋକ ଗେହଲଟ୍ ସରକାରଙ୍କ କାର୍ୟ୍ୟକାଳରେ ଏହି ଆଇନ୍ ପାରିତ ହୋଇଥିଲା ।
Comments ସମସ୍ତ ମତାମତ