Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୁକ୍ତ ହେବେ ୮ ଆଜୀବନ ସଜା କାଟୁଥିବା କଏଦୀ

    Share on :
    ajab-Image
    Date: May 26, 2023    Views: 2764

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲରୁ ମୁକ୍ତ ହେବେ ୮ ଆଜୀବନ ସଜାପ୍ରାପ୍ତ କଏଦୀ। ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି ଅନୁସାରେ ଏମାନେ ମୁକୁଳିବେ। ଏହି କଏଦୀ ମାନେ ୧୪ ବର୍ଷରୁ ଅଧିକ ସମୟ ଧରି ସଜା କାଟି ସାରିଲେଣି।ସଜା କାଟୁଥିବା କଏଦୀମାନଙ୍କୁ ମଧ୍ୟରୁ ଜେଲରୁ ମୁକ୍ତ କରିବା ପାଇଁ ଓଡିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ୧୧ ଜଣ କଏଦୀଙ୍କ ନାଁ ରେକମେଣ୍ଡ କରିଥିଲା। ରାଜ୍ୟ ସରକାର ଏନେଇ ରିଭିଉ କରିବା ପରେ ୮ କଏଦୀଙ୍କୁ ମୁକ୍ତ କରିବା ପାଇଁ ଅନୁମତି ଦେଇଛନ୍ତି।
    ମୁକ୍ତ ହେବାକୁ ଥିବା କଏଦୀଙ୍କ ଭିତରେ ବଲାଙ୍ଗୀର ଜେଲରୁ ୩ ଜଣ, ରାଉରକେଲା ସ୍ପେଶାଲ ଜେଲରୁ ଜଣେ, ଜାମୁଝରି ମୁକ୍ତାକାଶ ଜେଲରୁ ୨ ଜଣ ଓ କୋରାପୁଟ ସର୍କଲ ଜେଲରୁ ୨ ଜଣ କଏଦୀ ରହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook