Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସ୍ୱାସ୍ଥ୍ୟ ଉପକାରୀ ଗୁଡ

    Share on :
    ajab-Image
    Date: Nov 25, 2023    Views: 2693

    ଶୀତଦିନେ ଗୁଡ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଗୁଡରେ ଥିବା ପୋଷକ ତତ୍ୱ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଗୁଡ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜଭୂତ ରହିଥାଏ । ଓଜନ ମଧ୍ୟ ହ୍ରାସ ହୋଇଥାଏ । ସେଭଳି ଦେଖାଗଲେ ଲୋକେ ସିଧାସଳଖ ଗୁଡର ସେବନ କରିଥାଆନ୍ତି । ଗୁଡର ସେବନ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରକ ହୋଇଥାଏ ।

    ଶୀତଦିନେ କ୍ଷୀରରେ ଗୁଡ ମିଶାଇ ପିଇବା ଦ୍ୱାରା ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ । ଗୁଡରେ କ୍ୟାଲସିୟମ ଓ ପ୍ରୋଟିନ ଭରପୁର ମାତ୍ରାରେ ରହିଛି । ସୁସ୍ଥ ଶରୀର ପାଇଁ ଏକ ଗ୍ଲାସ କ୍ଷୀରରେ ଅଧ ଚାମଚ ହଳଦୀ ଓ ଏକ ଚାମଚ ଗୁଡ ମିଶାଇ ପିଅନ୍ତୁ । ଗୁଡ ସହ ଚଣା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ନିୟମିତ ଗୁଡ ଓ ଚଣାର ସେବନ କରନ୍ତୁ । ଏହା ଶୀତଦିନେ ଶରୀରକୁ ଉଷ୍ଣତା ପ୍ରଦାନ କରିଥାଏ ।

    ଉଷୁମ ରୁଟି ସହ ଗୁଡ ସେବନ କରିବା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ଉପକାରୀ ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତେଣୁ ରୁଟି ସହ ଗୁଡ ସେବନ କରିବା କୌଣସି ବରଦାନରୁ କମ୍ ନୁହେଁ । ଶୀତଦିନେ ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଥାଏ । ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଓ ବୃଦ୍ଧି ପାଇଁ ଗୁଡ ଓ ରାଶି ଲଡୁ ସେବନ କରନ୍ତୁ । ଏହା ପେଟ ଜନିତ ଅନେକ ସମସ୍ୟା ଦୂର କରିବା ସହ ପେଟ ପାଇଁ ଖୁବ ଉପକାରୀ ।

     

    Maximum 500 characters

    ବିଶେଷ View all

    Find Us on Facebook