Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ, ତଦନ୍ତ ପାଇଁ ଚିଠି ଲେଖିଲେ ଆଇନ ମନ୍ତ୍ରୀ

    Share on :
    ajab-Image
    Date: May 2, 2025    Views: 3444

    ଭୁବନେଶ୍ବର:  ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ । ତଦନ୍ତ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ଆଇନ ମନ୍ତ୍ରୀ । ଦୀଘାରେ ଫଜଗନ୍ନାଥ ଧାମ' ଲେଖାଯିବା ଅଗ୍ରହଣୀୟ । ଏହା ଜନତାଙ୍କ ମନରେ କଷ୍ଟ ଦେଉଥିବା ଅନୁଭବ ହେଉଛି । ଘଟଣାର କେହି ଦୋଷୀ ଥିଲେ ଦଣ୍ଡ ବିଧାନ ହେଉ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । 

    ପ୍ରକାଶ ଯେ, ଦୀଘା ଦିଅଁକୁ ବିବାଦକୁ ନେଇ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ପ୍ରେସମିଟ୍ କରିଛନ୍ତି । ସେ କହିଥିଲେ ବିଶ୍ବର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ବର ଠାକୁର । ଗତ ୩୦ତାରିଖରେ ପଶ୍ଚିମବଙ୍ଗ ଦୀଘାଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି । କିନ୍ତୁ ସେଠାରେ ପଥର ମୂର୍ତ୍ତି ସ୍ଥାପିତ କରାଯାଇଥିବାବେଳେ ଏହାକୁ ମୁଁ ବିରୋଧ କରିଥିଲି । ଏଣୁ ପୁରୀରୁ ନିମ୍ବ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ସୁଦର୍ଶନଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏହି ମୂର୍ତ୍ତିକୁ ଆମେ ଦୀଘା ଜଗନ୍ନାଥ ମନ୍ଦିରରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ। 
    ସେହିପରି ଜଗନ୍ନାଥ ଧାମ ହେଉଛି ଗୋଟିଏ ଧାମ ଯାହାକି ଶ୍ରୀକ୍ଷେତ୍ର ଧାମକୁ ହିଁ ବୁଝାଏ। ପ୍ରତିଟି ଜଗନ୍ନାଥ ପ୍ରେମୀ ଜଗନ୍ନାଥ ଧାମ କହିଲେ ଶ୍ରୀକ୍ଷେତ୍ରକୁ ହିଁ ଜାଣନ୍ତି। ଏଣୁ ଦୀଘା ଠାରେ ଜଗନ୍ନାଥ ଧାମ ଲେଖାଯିବା ଉଚିତ୍ ନୁହେଁ। ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଏ ନେଇ ମୁଁ ଅବଗତ କରାଇବି ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ରାମକୃଷ୍ଣ। ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ଜଗନ୍ନାଥ ଧାମ ନାମ ଲେଖାକୁ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନିଅନ୍ତୁ।

    Maximum 500 characters

    ତାଜା ଖବର View all

    Find Us on Facebook