Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କାହିଁକି ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା

    Share on :
    ajab-Image
    Date: Jun 5, 2022    Views: 7902

    ଭୁବନେଶ୍ୱର : ବିଷମକଟକ ବିଧାୟକ ଜଗନ୍ନାଥ ସାରକା ପ୍ରଥମେ ଶପଥ ନେଇଛନ୍ତି  । ସାଧାରଣତଃ ଦଳର ଟାଣୁଆ ବିଧାୟକମାନେ ପ୍ରଥମେ ଶପଥ ନେବାର ବିଧି ରହିଛି  । ଜଗନ୍ନାଥ ସାରକା ଜୁନିଅର ହୋଇଥିଲେ ମଧ୍ୟ ତାଙ୍କୁ ପ୍ରଥମେ ଶପଥ ନେବାର ସୁଯୋଗ ମିଳିଛି  । ଏହାର କାରଣ ପଛରେ ରହିଛି ତାଙ୍କର ନାଁ  । ତାଙ୍କର ନାଁ ଜଗନ୍ନାଥ ହୋଇଥିବାରୁ ଦଳୀୟ ଟିକେଟ ଘୋଷଣା ବେଳେ ତାଙ୍କ ନାମ ଆଗରେ ଥାଏ ବୋଲି କୁହାଯାଏ  । ସେଥିପାଇଁ ବରିଷ୍ଠ ନେତା ଥିଲେବି ଜଗନ୍ନାଥ ପ୍ରଥମେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ  ।

    ଆଜି ନବୀନଙ୍କ ମନ୍ତ୍ରୀମଣ୍ଡଳର ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି  । ପ୍ରଥମେ ବିଧାୟକ ଜଗନ୍ନାଥ ସାରକା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ  । ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି  । ଓଡ଼ିଆରେ ସେ ନିଜର ଶପଥ ପାଠ କରାଇଥିଲେ  । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ  । ମନ୍ତ୍ରୀମଣ୍ଡଳରେ ସେ ନିଜର ସ୍ଥାନ ବଜାୟ ରଖିଛନ୍ତି  । ଦୁଇଥରର ବିଧାୟକ ଥିବା ଜଗନ୍ନାଥ ସାରକା ୨୦୧୯ରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ  । ଏସସିଏସଟି ମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେଇଥିଲେ  । 

    ଦିନ ୧୧ଟା ବେଳକୁ ମନ୍ତ୍ରୀ ପଦ ପାଇଥିବା ସମସ୍ତ ବିଧାୟକଙ୍କ ସମେତ ସାଂସଦ, ବିଧାୟକମାନେ ଲୋକସଭା ଭବନର କନଭେସନ ହଲରେ ଉପସ୍ଥିତ ହୋଇଯାଇଥିଲେ  । ଦିନ ୧୧ଟା ୪୫ ବେଳକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟା ୪୯ରେ ଆରମ୍ଭ ହୋଇଥିଲା ଶପଥଗ୍ରହଣ ସମାରୋହ  । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook