Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚର୍ଚ୍ଚା: ଆତ୍ମ ସମର୍ପଣ କରିବେ ଜଗନ୍ନାଥ ପ୍ରଧାନ

    Share on :
    ajab-Image
    Date: Jul 2, 2025    Views: 3198

    ଭୁବନେଶ୍ୱର  ବିଜେପି ନେତା ଜଗନ୍ନାଥ ପ୍ରଧାନ ପୁଲିସ ପାଖରେ ଆତ୍ମ ସମର୍ପଣ କରିବେ  । ରାଜ୍ୟ କାର୍ୟ୍ୟାଳୟରେ ଜଗନ୍ନାଥ ଥିବାବେଳେ ସେଠାରୁ ସମର୍ଥକମାନଙ୍କ ସହ ସେ ଖାରବେଳନଗର ଥାନାରେ ଆତ୍ମସମର୍ପଣ କରିବେ ବୋଲି ଚର୍ଚ୍ଚା ହେଉଛି  । ବିଶେଷକରି ‘ଆଇନ୍‌କୁ ସମ୍ମାନ ଦେବି’ ବୋଲି ଜଗାଙ୍କ ପୋଷ୍ଟ ଏବେ ବେଶ୍‌ ଚର୍ଚ୍ଚା ସୃଷ୍ଟିକରିଛି  । ରାଜ୍ୟ ବିଜେପି କାର୍ୟ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତାଙ୍କ ସହ ଜଗନ୍ନାଥ ଏବେ ଆଲୋଚନା କରୁଥିବା ଜାଣିବାକୁ ମିଳିଛି  । 

    ଫେସବୁକ୍‌ରେ ଜଗା ପୋଷ୍ଟ କରିଛନ୍ତିଯେ,  ରାଜ୍ୟରେ ଦୁଇ ଦିନ ହେବ ବିଏମସି ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି । ମୁଁ ଆଗରୁ କହିଛି, ଏବେ ବି କହୁଛି, ଏହି ଘଟଣା ଦୁଃଖଦାୟକ ଓ ନିନ୍ଦନୀୟ । ଏହାକୁ ମୁଁ କଡ଼ା ଶବ୍ଦରେ ନିନ୍ଦା କରୁଛି ।
    ରାଜ୍ୟରେ ପ୍ରଶାସନିକ ଅଚଳାବସ୍ଥା ଆଡକୁ ଗତି କରୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଆମ ସରକାରର ହିତ ପାଇଁ ମୁଁ ଆଇନକୁ ସମ୍ମାନ ଦେଉଛି । ଆଇନ ଅନୁସାରେ ଯାହା କାର୍ୟ୍ୟାନୁଷ୍ଠାନ ନିଆଯିବ, ସେଥିରେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି ।
    ସୂଚନାଯୋଗ୍ୟଯେ, ବିଏମସିର ଆସିଷ୍ଟାଣ୍ଟ କମିଶନର ରତ୍ନାକର ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା  । ଜଗନ୍ନାଥଙ୍କ କେତେକ ସହଯୋଗୀ ଆକ୍ରମଣ କରିଥିଲେ  । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଥିବାବେଳେ ଓଏଏସ ସଂଘ ବି ଜଗାଙ୍କ ଗିରଫ ଦାବିରେ ଅଡ଼ି ବସିଥିବା କୁହାଯାଉଛି  ।

    Maximum 500 characters

    ରାଜନୀତି View all

    Find Us on Facebook