ମୁଖ୍ୟ ଖବର
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିରର ସବୁ ଦ୍ୱାର ଏବେ ଖୋଲାଯାଇ ପାରିବ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଚାଲୁ ରହିଥିବାରୁ ଦର୍ଶନାର୍ଥୀଙ୍କ ପ୍ରବେଶ ପାଇଁ ୩ଗୋଟି ଦ୍ୱାର ଖୋଲାଯାଇ ପାରିନାହିଁ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଦର୍ଶନାର୍ଥୀଙ୍କ ପାଇଁ ଖୋଲା ରଖିବାକୁ ଦୀର୍ଘଦିନ ଧରି ଦାବି ହୋଇ ଆସୁଛି ।
ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ୨୦ତାରିଖରେ କୋଭିଡ୍ ସଂକ୍ରମଣଜନିତ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିରରେ ୪ଗୋଟି ଦ୍ୱାରକୁ ଦର୍ଶନାର୍ଥୀଙ୍କ ପ୍ରବେଶ ନିମନ୍ତେ ବନ୍ଦ ରଖାଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଚାଲୁ ରହିଥିବାରୁ ଦର୍ଶନାର୍ଥୀଙ୍କ ପ୍ରବେଶ ପାଇଁ ୩ଟି ଦ୍ୱାର ଖୋଲାଯାଇ ପାରିନାହିଁ । ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବା ଦ୍ୱାରରେ ଦର୍ଶନାର୍ଥୀଙ୍କ ଭିଡ଼ ହ୍ରାସ କରିବା ସହିତ ଶ୍ରୀମନ୍ଦିରକୁ ପ୍ରବେଶରେ ବିଳମ୍ବ ଏଡ଼ାଇବା ଲକ୍ଷ୍ୟରେ ଦୈନିକ ପରମ୍ପରାକ୍ରମେ ଶ୍ରୀମନ୍ଦିରକୁ ଆସୁଥିବା ପୁରୀ ଲୋକଙ୍କ ପାଇଁ ପଶ୍ଚିମ ଦ୍ୱାରରେ ପ୍ରବେଶ ସୁବିଧା ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ବେଢ଼ାର ଜନସମାଗମକୁ ଦୃଷ୍ଟିରେ ରଖି ନୀତି ସମ୍ପାଦନ ପାଇଁ ସାମୟିକ ଭାବେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ଥିବା ସମୟ ବ୍ୟତୀତ ଅନ୍ୟ ସମୟରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଏବେ ଯଥାସମ୍ଭବ କମ୍ ସମୟ ଲାଗୁଛି ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ।
Comments ସମସ୍ତ ମତାମତ