Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଅଧା ନିଶ-ଦାଢ଼ି କହିଁକି କାଟିଲେ କାଲିସ୍

    Share on :
    ajab-Image
    Date: Nov 30, 2019    Views: 1115

    ଜୋହାନ୍ସବର୍ଗ : ଦକ୍ଷିଣ ଆଫି୍ରକାର ପୂର୍ବତନ ତାରକା ଅଲରାଉଣ୍ଡର ଜାକ କାଲିସଙ୍କ ଅଧା ନିଶ ଦାଢ଼ି କଟାଯାଇଥିବା ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି । ଏହି ଫଟୋଟି ଭାଇରାଲ ହେବା ପରେ କ’ଣ ପାଇଁ କାଲିସ୍ ଏପରି କଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧା ନିଶ ଦାଢ଼ି କାଟିବା ସମ୍ପର୍କରେ ଟ୍ୱିଟରରେ ସୂଚନା ଦେଇଛନ୍ତି କାଲିସ୍ ।
    ଦକ୍ଷିଣ ଆଫି୍ରକାରେ ଗଣ୍ଡାମାନଙ୍କ ସୁରକ୍ଷା ଓ ଗଲଫର ବିକାଶ ପାଇଁ ସେ ଅଧା ନିଶ ଦାଢ଼ି କାଟିଥିବା କାଲିସ ସୂଚନା ଦେଇଛନ୍ତି । ୪୪ ବର୍ଷୀୟ କାଲିସ୍ ଦକ୍ଷିଣ ଆଫି୍ରକାରେ ‘ସେଭ୍ ଦି ରାଇନୋ (ଗଣ୍ଡା) ନାମକ ଏକ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି । ଚ୍ୟାଲେଞ୍ଜ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଅଧା ନିଶ ଦାଢ଼ି କାଟିବାକୁ ପଡ଼ିଥାଏ । ତେଣୁ କାଲିସ୍ ନିଜର ଅଧା ନିଶ-ଦାଢ଼ି କାଟିଛନ୍ତି । ଏହା ଦ୍ୱାରା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ଗଣ୍ଡାଙ୍କ ସୁରକ୍ଷା ନିମନ୍ତେ ଅର୍ଥ ସଂଗ୍ରହ କରିବା ମୁଖ୍ୟ ଲକ୍ଷ୍ୟ ।
    କାଲିସ୍ ଦକ୍ଷିଣ ଆଫି୍ରକା ତରଫରୁ ୧୬୬ଟି ଟେଷ୍ଟ ୩୨୮ ଟି ଦିନିକିଆ ଓ ୨୫ଟି ଟ୍ୱେଣ୍ଟି ୨୦ ମ୍ୟାଚ୍ ଖେଳିଛନ୍ତି । ସେ ଯଥାକ୍ରମେ ୧୩,୨୮୯, ୧୧,୫୭୯ ଓ ୬୬୬ ରନ୍ ସଂଗ୍ରହ କରିଥିବା ବେଳେ ୨୯୨, ୨୭୩ ଓ ୧୨ଟି ୱିକେଟ୍ ହାସଲ କରିଛନ୍ତି । କାଲିସ ଟେଷ୍ଟରେ ୪୫ଟି ଶତକ ହାସଲ କରିଛନ୍ତି  । ଏକମାତ୍ର କି୍ରକେଟର ଭାବେ ସେ ଉଭୟ ଟେଷ୍ଟ ଓ ଦିନିକିଆରେ ୧୦ ହଜାରରୁ ଅଧିକ ରନ୍ ଓ ୨୫୦ଟି ୱିକେଟ୍ ହାସଲ କରିଛନ୍ତି ।

    Maximum 500 characters

    ଅଜବ View all

    Find Us on Facebook