Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜ୍ୟାକ୍‌ଲିନ ଓ ସୁକେଶଙ୍କ ବିରୋଧରେ ଚାର୍ଜଫ୍ରେମ

    Share on :
    ajab-Image
    Date: May 31, 2026    Views: 2920

    ନୂଆଦିଲ୍ଲୀ: ବହୁ କୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ଅଭିଯୁକ୍ତ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍, ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟ ୧୫ ଜଣଙ୍କ ବିରୋଧରେ କୋର୍ଟ ଚାର୍ଜଫ୍ରେମ କରିଛନ୍ତି। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଶନିବାର ଅଭିଯୁକ୍ତଙ୍କ ବିରୋଧରେ ଅର୍ଥ ହେରଫେର ନିରୋଧ ଆଇନ (ପିଏମ୍‌ଏଲଏ)ର ଧାରା ୩ ଏବଂ ୪ ଅନୁଯାୟୀ ମାମଲା ଚଳାଇବା ଲାଗି ଚାର୍ଜଫ୍ରେମ କରିଛନ୍ତି।ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ନିଜକୁ ଜଣେ ବଡ଼ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ରାନବାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କଠାରୁ ପ୍ରାୟ ୨୦୦ କୋଟି ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ଟଙ୍କାକୁ ବିଭିନ୍ନ ସେଲ୍ କମ୍ପାନୀ ଏବଂ ହାୱାଲା ଚ୍ୟାନେଲ୍ ମାଧ୍ୟମରେ ହେରଫେର କରାଯାଇଥିଲା। ଜ୍ୟାକଲିନ୍‌ ସୁକେଶଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ଜାଣି ସୁଦ୍ଧା ତାଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସୁକେଶଙ୍କଠାରୁ କୋଟି କୋଟି ଟଙ୍କାର ଦାମୀ ଉପହାର ଗ୍ରହଣ କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook