Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆମେରିକାରେ କାମ କରୁଥିବା ବିଦେଶୀ ଗୋତି ଶ୍ରମିକ: ଭାନ୍ସ

    Share on :
    ajab-Image
    Date: Oct 10, 2026    Views: 3009

    ନୂଆଦିଲ୍ଲୀ : ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ସେ ଏଚ୍-୧ବି ଭିସାରେ ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଛନ୍ତି। ଗ୍ରୀନ୍ କାର୍ଡ ସମ୍ବନ୍ଧୀୟ ପରମାନେଣ୍ଟ ଲେବର ସାର୍ଟିଫିକେସନ ପ୍ରୋଗ୍ରାମ (ପିଇଆରଏମ)ରୁ ଟାଟା, ଇନଫୋସିସ, ୱିପ୍ରୋ, ଏଚସିଏଲ ସମେତ ୮ଟି ଆଇଟି କମ୍ପାନୀଙ୍କୁ ନିଲମ୍ବିତ କରି ସେ ଏହି ମନ୍ତବ୍ୟ ଦେଇଥିଲେ। କମ୍ପାନୀଗୁଡ଼ିକ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ବାହାର କରି କମ୍ ଦରମାରେ ବିଦେଶୀଙ୍କୁ ରଖୁଛନ୍ତି ବୋଲି ସେ କହିଥିଲେ। ଭାନ୍ସଙ୍କ ଏହି ବୟାନକୁ ଭାରତ ଦୃଢ଼ ବିରୋଧ କରିଛି। ଏଭଳି ମନ୍ତବ୍ୟ କେବେ ଆଶା କରାଯାଇନଥିଲା ବୋଲି କୁହାଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେରିକା ଅର୍ଥନୀତିକୁ ମଜଭୁତ କରିବାରେ ପ୍ରବାସୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ହିଁ ଆମେରିକା ଅର୍ଥ ବ୍ୟବସ୍ଥାକୁ ସମ୍ଭାଳୁଛନ୍ତି। ଭାରତୀୟ ବୃତ୍ତିଧାରୀମାନେ ଆମେରିକାରେ ଦେଉଥିବା ଯୋଗଦାନକୁ ଉପେକ୍ଷା କରାଯାଉଛି। ଅର୍ଥନୀତି, ନୂତନ ପ୍ରଯୁକ୍ତିବିଦ୍ୟା, ଗବେଷଣା ଓ ନିଯୁକ୍ତି ବୃଦ୍ଧି କରିବାରେ ଭାରତୀୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥାନ୍ତି। ଏହାଦ୍ୱାରା ଉଭୟ ଦେଶ ଉପକୃତ ହେଉଛନ୍ତି। ଆମେରିକାର ଇତିହାସ ଏପରି ପ୍ରବାସୀମାନଙ୍କ ପିଢ଼ି ଦ୍ୱାରା ଗଢ଼ି ଉଠିଛି, ଯାହାଙ୍କର ପରିଶ୍ରମ, ଉଦ୍ୟମ ଓ ନବସୃଜନ ଅଭିବୃଦ୍ଧି ଓ ସମୃଦ୍ଧିରେ ଅବଦାନ ଦେଇଛି। ଯନ୍ତ୍ରଣାଦାୟକ ଐତିହାସିକ ଓ ଉପନିବେଶବାଦୀ ପରମ୍ପରାର ଉଦାହରଣ ଦେଉଥିବା ଶବ୍ଦାବଳୀର ଆଶ୍ରୟ ନେବା ଅତ୍ୟନ୍ତ ଅପମାନଜନକ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook