Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକିସ୍ତାନ ଗଣମାଧ୍ୟମର ସ୍ବାଧୀନତା ନାହିଁ: ଭାନ୍ସ

    Share on :
    ajab-Image
    Date: Jun 21, 2026    Views: 2343

    ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଅପଦସ୍ଥ ହେବାକୁ ପଡ଼ିଛି। ଇରାନ ସହିତ ଆମେରିକାର ଶାନ୍ତି ଚୁକ୍ତି ପାଇଁ ହୋଇଥିବା ବୁଝାମଣାର ସର୍ତ୍ତାବଳୀ ପ୍ରକାଶ କରିବାରେ ବିଳମ୍ବକୁ ନେଇ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ପାକିସ୍ତାନ ଓ କାତାର ଗଣମାଧ୍ୟମର ସ୍ବାଧୀନତା ନଥିବା ଭାନ୍ସ କହିଥିଲେ। ଏହା ଦ୍ବାରା ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ବୁଝାମଣାର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା ବୋଲି ଭାନ୍ସ କହିଛନ୍ତି।ଏକ ପଡକାଷ୍ଟରେ ଆମେରିକାର ଉପ-ରାଷ୍ଟ୍ରପତି ଭାନ୍ସ କହିଛନ୍ତି ଯେ, ଇରାନ ସହିତ ହୋଇଥିବା ବୁଝାମଣାପତ୍ରର ବିବରଣୀ ପ୍ରକାଶ କରିବାରେ ବିଳମ୍ବ ହେବାର ଅନ୍ୟତମ କାରଣ ହେଉଛି ପାକିସ୍ତାନରେ ଗଣମାଧ୍ୟମର ସ୍ବାଧୀନତାର ଅଭାବ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁନ୍ ୧୫ ରେ ମଧ୍ୟବର୍ତ୍ତୀକାଳୀନ ଶାନ୍ତି ଚୁକ୍ତି ଘୋଷଣା କରିଥିବାବେଳେ ବୁଝାମଣାପତ୍ରର ସର୍ତ୍ତାବଳୀ ଦୁଇ ଦିନ ପରେ ପ୍ରକାଶିତ ହୋଇଥିଲା। ପଡକାଷ୍ଟ ‘ଇଣ୍ଟରେଷ୍ଟିଂ ଟାଇମ୍ସ ୱିଥ୍‌ ରସ୍ ଡୌଥାଟ୍‌’ରେ ଭାନ୍ସ କହିଥିଲେ ଆମେରିକା ଚୁକ୍ତିନାମାର ସମ୍ପୂର୍ଣ୍ଣ ସର୍ତ୍ତାବଳୀ ଶୀଘ୍ର ପ୍ରକାଶ କରିବାକୁ ଚାହୁଁଥିଲା, କିନ୍ତୁ ପାକିସ୍ତାନ ଏବଂ କାତାରର ଥିବା ଗଣମାଧ୍ୟମର ସ୍ବାଧୀନତା ସୀମିତ ଥିବାରୁ ବିଳମ୍ବ ହୋଇଥିଲା। ପାକିସ୍ତାନ ଓ କାତାର ଗଣମାଧ୍ୟମ ସ୍ବାଧୀନତା ଆମେରିକାର ପ୍ରେସ୍‌ ସ୍ବାଧୀନତା ସହ ତୁଳନୀୟ ନୁହେଁ ବୋଲି ସେ କହିଥିଲେ। ସେହି ଦେଶଗୁଡ଼ିକରେ ଜନସାଧାରଣ ଏକ ଚୁକ୍ତିନାମାର ଦଲିଲଗୁଡ଼ିକୁ ପଢ଼ିବା, ଯାଞ୍ଚ କରିବା ଏବଂ ସ୍ବାଧୀନ ଭାବରେ ବିଶ୍ଳେଷଣ କରିବାକୁ ସେ ଆଶା କରନ୍ତି ନାହିଁ ବୋଲି ଭାନ୍ସ କହିଥିଲେ।

    ଭାନ୍ସ ଦର୍ଶାଇଛନ୍ତି ଯେ ଆମେରିକା ସମ୍ବିଧାନର ପ୍ରଥମ ସଂଶୋଧନ ନାଗରିକମାନଙ୍କୁ ଅଭିବ୍ୟକ୍ତିର ସ୍ବାଧୀନତା, ପ୍ରେସ ସ୍ବାଧୀନତା ଏବଂ ଧର୍ମର ସ୍ବାଧୀନତାର ଗ୍ୟାରେଣ୍ଟି ଦିଏ। ଯେହେତୁ ପାକିସ୍ତାନରେ ଏପରି ସାମ୍ବିଧାନିକ ସୁରକ୍ଷାର ଅଭାବ ଅଛି, ସେଠାରେ ସ୍ବଚ୍ଛତାର ସ୍ତର ଭିନ୍ନ।
    ସୂଚନାଥାଉକି ଡେମୋକ୍ରାଟମାନଙ୍କ ବିରୋଧ ଓ ସମାଲୋଚନା ପରେ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ହୋଇଥିବା ଚୁକ୍ତିନାମାର ପୂର୍ଣ୍ଣ ବିବରଣୀ ବୁଧବାର ପ୍ରକାଶିତ ହୋଇଥିଲା। ସମାଲୋଚକମାନେ ଏହା ମଧ୍ୟ ଅନୁମାନ କରିଥିଲେ ଯେ, ଆମେରିକା ବୁଝାମଣାପତ୍ରର ବିବରଣୀକୁ ଲୁଚାଇ ରଖିଛି କାରଣ ଯୁଦ୍ଧ ସମାପ୍ତ କରିବାକୁ ଚୁକ୍ତିନାମାରେ ଇରାନର ଦାବିକୁ ଅଧିକ ଦିଆ ଯାଇଥାଇ ପାରେ, କାରଣ ହର୍ମୁଜ୍ ପ୍ରଣାଳୀରେ ଇରାନର ପ୍ରଭାବ ଯୋଗୁଁଁ ବିଶ୍ୱବ୍ୟାପୀ ତୈଳ ସଙ୍କଟ ସୃଷ୍ଟି ହୋଇଥିଲା। ଭାନ୍ସଙ୍କ ମନ୍ତବ୍ୟ ପାକିସ୍ତାନରେ ବାକ୍‌ ସ୍ବାଧୀନତା ଓ ପ୍ରେସ୍‌ ସ୍ବାଧୀନତା ଉପରେ ରହିଥିବା ପ୍ରତିବନ୍ଧକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି। ବିଶ୍ବ ପ୍ରେସ୍‌ ସ୍ବାଧୀନତା ସୂଚକାଙ୍କରେ ପାକିସ୍ତାନ ୧୮୦ ଦେଶମାନଙ୍କ ମଧ୍ୟରେ ୧୫୩ ତମ ସ୍ଥାନରେ ରହିଛି। ଆମେରିକା-ଇରାନ ଚୁକ୍ତିକୁ ପାକିସ୍ତାନ ନିଜର ବଡ଼ କୂଟନୈତିକ ସଫଳତା ବୋଲି ଦାବି କରୁଥିଲେ ମଧ୍ୟ ଇସଲାମାବାଦକୁ ଗଣମାଧ୍ୟମର ସ୍ବାଧୀନତା ପ୍ରସଙ୍ଗରେ ଲଜ୍ଜିତ ହେବାକୁ ପଡ଼ିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook