Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ପାସ୍ତା ବିକୁଛନ୍ତି ରାଜକୁମାର

    Share on :
    ajab-Image
    Date: Dec 5, 2019    Views: 3384

    ଇଟାଲିର ଶେଷ ରାଜକୁମାର ଲସ୍ ଏଞ୍ଜେଲସରେ ପାସ୍ତା ବିକୁଛନ୍ତି  । ଯାହାକୁ ନେଇ ଯେତିକି ଚର୍ଚ୍ଚା ସେତିକି କୌତୁହଳ ବି ସୃଷ୍ଟିହୋଇଛି  । ସୁଭଏ ବଂଶଜ ଏହି ରାଜକୁମାର ହେଉଛନ୍ତି ଇମାନୁଏଲ ଫିଲବର୍ତ୍ତୋ । ସେ ଇଟାଲିର ରାଜା ଉମ୍ବେର୍ତୋ ଦ୍ୱିତୀୟଙ୍କ ପୁତ୍ର । ଆର୍ଥିକ ଅବସ୍ଥା ଖରାପ ହେବାରୁ ଇମାନୁଏଲ ଲସ୍ ଏଞ୍ଜେଲସ ଆସିଥିଲେ ଏବଂ ନିଜ ଦେଶର ଖାଦ୍ୟ ବିକିବା ପାଇଁ ନିଷ୍ପତ୍ତି ନେଇଥିଲେ । ଇଟାଲିଆନ ପାସ୍ତା ସାରା ପୃଥିବୀରେ ଲୋକପି୍ରୟ । ସେ ଏକ ଟ୍ରକ୍ ଜାତୀୟ ଗାଡ଼ିରେ ପାସ୍ତା ଓ ଅନ୍ୟ ଇଟାଲୀୟ ଖାଦ୍ୟ ବିକୁଛନ୍ତି । ତାଙ୍କୁ ସାହାଯ୍ୟ କରୁଛନ୍ତି ତିନି ଜଣ ଇଟାଲୀୟ ପାଚକା । ଖାଦ୍ୟ ଗାଡ଼ିର  ନାମ ‘ପ୍ରିନସ ଅଫ ଭେନିସ୍’ । ଉଲ୍ଲେଖଯୋଗ୍ୟ ଯେ, ଏକତ୍ରୀକରଣ ପରେ ୧୮୬୧-୧୯୪୬ ପର୍ଯ୍ୟନ୍ତ ସୁଭଏ ରାଜବଂଶଜମାନଙ୍କ ଦ୍ୱାରା ଇଟାଲି ଶାସିତ ହୋଇଥିଲା । ଦ୍ୱିତୀୟ ବିଶ୍ୱ ଯୁଦ୍ଧ କାଳରେ ଉମ୍ବେର୍ତୋ ଦ୍ୱିତୀୟଙ୍କୁ ନିର୍ବାସିତ କରାଯାଇଥିଲା । ସେ ସ୍ୱିଜରଲାଣ୍ଡରେ ରାଜନୈତିକ ଆଶ୍ରୟ ନେଇଥିଲେ । ଇମାନୁଏଲଙ୍କ ଜନ୍ମ ଜେନିଭାରେ ହୋଇଥିଲା । ୨୦୦୨ ରେ ସେ ଇଟାଲି ଫେରିଥିଲେ ।

    Maximum 500 characters

    ଅଜବ View all

    Find Us on Facebook